ଓଡିଶା

odisha

ETV Bharat / city

ଶ୍ରୀମନ୍ଦିର ସୁରକ୍ଷା ପାଇଁ ସଂଗ୍ରହ ହେଲା ଆବଶ୍ୟକ ଜମି, ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ - ଶ୍ରୀମନ୍ଦିର ସୁରକ୍ଷା ପାଇଁ ଜମି ଗ୍ରହଣ

ଶେଷ ହେଲା ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା। ସମର୍ଥନ ଦେଇଥିବାରୁ ପୁରୀବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ। ଅଧିକ ଖବର ପଢନ୍ତୁ...

land-collection
ଶ୍ରୀମନ୍ଦିର ସୁରକ୍ଷା ପାଇଁ ସଂଗ୍ରହ ହେଲା ଆବଶ୍ୟକ ଜମି,ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

By

Published : Dec 2, 2019, 11:53 PM IST

ପୁରୀ:ଶେଷ ହୋଇଯାଇଛି ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା। ସ୍ବେଚ୍ଛାକୃତ ମିଳିଲା ୭୫ ପ୍ରତିଶତ ଜମି। ତେବେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ନିଜ ଘରୋଇ ଜମି ଦେଇଥିବା ମାଲିକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ଶ୍ରୀମନ୍ଦିର ସୁରକ୍ଷା ପାଇଁ ସଂଗ୍ରହ ହେଲା ଆବଶ୍ୟକ ଜମି,ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

'ମୋ ଅନୁରୋଧ ରକ୍ଷା କରିଥିବାରୁ ମୁଁ କୃତଜ୍ଞ। ମହାପ୍ରଭୁଙ୍କ ପାଇଁ ଏହି ତ୍ୟାଗକୁ ଓଡ଼ିଆ ଜାତି ସବୁଦିନ ମନେ ରଖିବ। ମହାପ୍ରଭୁଙ୍କ ଇଚ୍ଛା ଓ ପ୍ରେରଣାରେ ଏସବୁ ସମ୍ଭବ ହୋଇଛି' ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି।

ଶ୍ରୀମନ୍ଦିର ସୁରକ୍ଷା ପାଇଁ ସଂଗ୍ରହ ହେଲା ଆବଶ୍ୟକ ଜମି,ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ତେବେ ଶ୍ରୀମନ୍ଦିର ନିରାପତ୍ତା ପାଇଁ ଜମି ଦାନ କରିବାକୁ ପବିତ୍ର ଜନ୍ମାଷ୍ଟମୀରେ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ଦୀର୍ଘ 40 ଦିନରେ ଏହି ପ୍ରକ୍ରିୟା ସଫଳ ହୋଇଛି। ତେବେ ଭିଟାମାଟି, ବ୍ୟବସାୟ ପ୍ରତିଷ୍ଠାନ ନିଜ ନିଜ ଜମି ତ୍ୟାଗ କରିଛନ୍ତି। ଏସବୁ ମହାପ୍ରଭୁଙ୍କ ଇଚ୍ଛାରୁ ଏହା ସମ୍ଭବ ହୋଇଛି। ଯାହା ଆଗାମୀ ଦିନରେ ପୁରୀକୁ ଏକ ଐତିହ୍ୟ ସହର ଭାବେ ଗଢି ତୋଳିବ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ

ABOUT THE AUTHOR

...view details