ଓଡିଶା

odisha

ETV Bharat / city

ଜନ୍ମାଷ୍ଟମୀରେ ଜଗା ଦର୍ଶନ ବନ୍ଦ, ପତିତପାବନକୁ ଚାହିଁ ଖୁସିବ୍ୟକ୍ତ କଲେ ଶ୍ରଦ୍ଧାଳୁ - ଉତ୍ସବମୁଖର

ପବିତ୍ର ଜନ୍ମାଷ୍ଟମୀ ଅବସରରେ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି । ମନ୍ଦିର ମଧ୍ୟକୁ ପ୍ରବେଶ ନଥିବା ବେଳେ ଶ୍ରଦ୍ଧାଳୁ ମାନେ ପତିତପାବନଙ୍କୁ ଦର୍ଶନ କରୁଛନ୍ତି । ଅଧିକ ପଢନ୍ତୁ...

ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର
ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

By

Published : Aug 30, 2021, 5:24 PM IST

ପୁରୀ: ପବିତ୍ର ଜନ୍ମାଷ୍ଟମୀ ଅବସରରେ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର ଧାମ । କୋଭିଡ଼ କଟକଣା ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ଶ୍ରଦ୍ଧାଳୁମାନେ ପତିତପାବନଙ୍କୁ ଦର୍ଶନ କରି ଫେରୁଥିବା ଦେଖିବାକୁ ମିଳିଛି । ସେପଟେ ଜିଲ୍ଲାର ଅନ୍ୟ ମନ୍ଦିର ଓ ମଠ ଗୁଡ଼ିକରେ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ହେଉଥିବା ବେଳେ ପ୍ରଭୁଙ୍କୁ ଦର୍ଶନ କରି ଖୁସିବ୍ୟକ୍ତ କରିଛନ୍ତି ଭକ୍ତଗଣ ।

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ଜନ୍ମାଷ୍ଟମୀ ଅବସରରେ ଶ୍ରୀମନ୍ଦିର ଭିଡ଼ ସ୍ଥିତିକୁ ଏଡ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଫଳରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଭକ୍ତ । ଏହାକୁ ନେଇ ଭକ୍ତ ନିରାଶ ନିଶ୍ଚିତ କିନ୍ତୁ ପତିତପାବନଙ୍କୁ ଦର୍ଶନ କରିବା ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ସେପଟେ ଜିଲ୍ଲାର ଅନ୍ୟ ମନ୍ଦିରରେ ଭକ୍ତମାନେ ଠାକୁରଙ୍କୁ ପୂଜାର୍ଚ୍ଚନା କରିଛନ୍ତି । କୋଭିଡ଼ କଟକଣା ଲାଗି ସୀମିତ ଲୋକଙ୍କୁ ନେଇ ଜନ୍ମାଷ୍ଟମୀର ନୀତି ପାଳନ ହେଉଛି ।

ତେବେ ଶ୍ରୀମନ୍ଦିର ବନ୍ଦ ଥିବାରୁ ଭକ୍ତମାନେ ପାଖ ମଠକୁ ଯାଇ ଠାକୁରଙ୍କୁ ଦର୍ଶନ କରୁଛନ୍ତି । ଆଜି ପ୍ରଭୁ କୃଷ୍ଣ ଜନ୍ମ ଉତ୍ସବ ଥିବାରୁ ଏହାକୁ ନେଇ ବିଶେଷ ପୂଜା ଅନୁଷ୍ଠିତ ହେଉଛି । ଜିଲ୍ଲାରେ ଥିବା ମନ୍ଦିର ପରିସର ଉତ୍ସବମୁଖର ହୋଇଉଠିଛି । ଏତେ ଦିନ ପରେ ଠାକୁରଙ୍କୁ ନିକଟରୁ ଦର୍ଶନ କରି ଶ୍ରଦ୍ଧାଳୁମାନେ ବେଶ ଖୁସିଥିବା ଦେଖିବାକୁ ମିଳିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details