ଓଡିଶା

odisha

By

Published : Mar 22, 2021, 5:34 PM IST

ETV Bharat / city

ରାଷ୍ଟ୍ରପତିଙ୍କୁ ତାମ୍ରଫଳକ ଉପହାର ଦେଲେ କୌଳିକ ପଣ୍ଡା

ରାଷ୍ଟ୍ରପତିଙ୍କୁ କୌଳିକ ପଣ୍ଡା ନାରାୟଣ ଗୋଛିକାରଙ୍କ ପରିବାର ପକ୍ଷରୁ ଉପହାର ସ୍ବରୂପ ରାମନାଥ କୋବିନ୍ଦଙ୍କୁ ତାଙ୍କ ପିତା ମଇକୁଲାଲଙ୍କ ଦସ୍ତଖତ ଏବଂ ତାଙ୍କ ପରିବାର ସମସ୍ତ ନାମ ଲିଖିତ ଥିବା ପୁସ୍ତିକା ଏହାର ଏକ ପ୍ରତିକୃତି ତାମ୍ରଫଳକ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ରାଷ୍ଟ୍ରପତିଙ୍କୁ ତାମ୍ର ଫଳକ ଉପହାର ଦେଲେ କୌଳିକ ପଣ୍ଡା
ରାଷ୍ଟ୍ରପତିଙ୍କୁ ତାମ୍ର ଫଳକ ଉପହାର ଦେଲେ କୌଳିକ ପଣ୍ଡା

ପୁରୀ: ରାଷ୍ଟ୍ରପତିଙ୍କୁ ବାପାଙ୍କ ଦସ୍ତଖତ ଥିବା ତାମ୍ର ଫଳକ ଉପହାର ଦେଲେ କୌଳିକ ପଣ୍ଡା । ରାଷ୍ଟ୍ରପତିଙ୍କୁ କୌଳିକ ପଣ୍ଡା ନାରାୟଣ ଗୋଛିକାରଙ୍କ ପରିବାର ପକ୍ଷରୁ ଉପହାର ସ୍ବରୂପ ରାମନାଥ କୋବିନ୍ଦଙ୍କୁ ତାଙ୍କ ପିତା ମଇକୁଲାଲଙ୍କ ଦସ୍ତଖତ ଏବଂ ତାଙ୍କ ପରିବାର ସମସ୍ତ ନାମ ଲିଖିତ ଥିବା ପୁସ୍ତିକା ଏହାର ଏକ ପ୍ରତିକୃତି ତ୍ରାମଫଳକ ପ୍ରଦାନ କରିଛନ୍ତି ।

ରାଷ୍ଟ୍ରପତିଙ୍କୁ ତାମ୍ର ଫଳକ ଉପହାର ଦେଲେ କୌଳିକ ପଣ୍ଡା

ସିଂହଦ୍ବାରରୁ ସେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପରେ ଗର୍ଭଗୃହ ନେଇ ପୂଜାର୍ଚ୍ଚନା କରାଇଥିଲେ। ପରେ ବିମଳାଙ୍କ ମନ୍ଦିର ଏବଂ ଶେଷରେ ମହାଲକ୍ଷ୍ମୀ ମନ୍ଦିରରେ ଦର୍ଶନ କରାଇ କିଛି ସମୟ ପରମ୍ପରା ଅନୁଯାୟୀ ବସିବା କଥା ବୋଲି କହିବା ପରେ ରାଷ୍ଟ୍ରପତି ମହାଲକ୍ଷ୍ମୀଙ୍କ ଜଗମୋହନରେ ଵସିଥିଲେ ଏବଂ ପଣ୍ଡାଙ୍କୁ ଦାନସ୍ବରୁପ ଅର୍ଥ ପ୍ରଦାନ କରିଥିଲେ।

ରାଷ୍ଟ୍ରପତିଙ୍କ ନାମରେ ସୋମବାର ୧ନଂ ୧୪ହାତିଆ ଧ୍ବଜା ବା ପତିତପାବନ ବାନା ଲଗାଯିବ ବୋଲି କହିଛନ୍ତି ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା। ସୂଚନା ଅନୁଯାୟୀ 10 /10/1947 ମସିହାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାପା ମଇକୁଲାଲ ତାଙ୍କ ପରିବାର ସଦସ୍ୟଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସେତେବେଳେ ସେ ତାଙ୍କର ଅନୁଭୂତି ଓ ଦସ୍ତଖତ କୌଳିକ ପଣ୍ଡାଙ୍କର ଥିବା ଯାତ୍ରୀ ପୁସ୍ତିକାରେ ଉଲ୍ଲେଖ କରିଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details