ପୁରୀ: ରଙ୍ଗାରଙ୍ଗ ସାଂସ୍କୃତିକ ପରିବେଶରେ ଉଦଘାଟିତ ହୋଇଛି କୋଣାର୍କ ମହୋତ୍ସବ । ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କୋଣାର୍କ ଉତ୍ସବକୁ ଉଦଘାଟନ କରିଥିଲେ । ଆଉ ପ୍ରଥମ ଦିନରୁ ଆରମ୍ଭ ହୋଇଥିଲା ରଙ୍ଗମଞ୍ଚରେ କଳାକାରଙ୍କ ପ୍ରତିଭା ପ୍ରଦର୍ଶନ । ଆଉ ପ୍ରତି ସନ୍ଧ୍ୟାରେ ଦର୍ଶକଙ୍କ ମନ ମୋହୁଛନ୍ତି ଦେଶ ବିଦେଶରୁ ଆସିଥିବା କଳାକାର ।
ଆରମ୍ଭ ହୋଇଛି ପ୍ରସିଦ୍ଧ କୋଣାର୍କ ମହୋତ୍ସବ । ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କୋଣାର୍କ ଉତ୍ସବକୁ ଉଦଘାଟନ କରିଥିଲେ । ସେହିପରି ଦ୍ବିତୀୟ ସନ୍ଧ୍ୟାରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଆଉ ତୃତୀୟ ଦିନରେ ଯୋଗ ଦେଇଥିଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ । ପ୍ରାରମ୍ଭ ଦିନ ଭୁବନେଶ୍ବରର ଶ୍ରୀଜନ ଗ୍ରୁପ ପକ୍ଷରୁ ଓଡିଶୀ ନୃତ୍ୟ ଓ ପୁଣେର ଗୁରୁ ସାମା ଭଟେ ଗ୍ରୁପର କଥକ ନୃତ୍ୟ ବେଶ ବିମୋହିତ କରିଥିଲା । ସେହିପରି 2ୟ ଓ ତୃତୀୟ ଦିନରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ଇଣ୍ଡୋନେସିଆର ସୁପ୍ରସିଦ୍ଧ ବାଲିନିଜ ନୃତ୍ୟ ତା ସହ ମୋହିନି ଆଟ୍ଟମ ଓ ଓଡିଶୀ ନୃତ୍ୟ।