ଓଡିଶା

odisha

ETV Bharat / city

କୋଣାର୍କରେ କାର୍ତ୍ତିକ ପୂର୍ଣ୍ଣିମା, ସମ୍ବଲପୁରୀ ନୃତ୍ୟରେ ଝୁମିଲେ ପର୍ଯ୍ୟଟକ

ଚନ୍ଦ୍ରଭାଗା ଠାରେ ଆୟୋଜିତ ହୋଇଯାଇଛି 25ତମ ବୋଇତ ବନ୍ଦାଣ ସୂର୍ଯ୍ୟପୂଜା। ସମ୍ବଲପୁରୀ ନୃତ୍ୟ, ଦେଶାତ୍ମବୋଧକ ସଙ୍ଗୀତ ଓ ଭଜନ ସମାରୋହ କାର୍ଯ୍ୟକ୍ରମକୁ ଉପଭୋଗ କରିଛନ୍ତି ଶତାଧିକ ବିଦେଶୀ ପର୍ଯ୍ୟଟକ। ଅଧିକ ଖବର ପଢନ୍ତୁ...

କୋଣାର୍କରେ ବୋଇତ ବନ୍ଦାଣ,ସମ୍ବଲପୁରୀ ନୃତ୍ୟୁରେ ଝୁମିଲେ ପର୍ଯ୍ୟଟକ

By

Published : Nov 12, 2019, 12:04 PM IST

ପୁରୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କୋଣାର୍କ ଚନ୍ଦ୍ରଭାଗା ଠାରେ ପ୍ରତିବର୍ଷ ପରି ଏବର୍ଷ ବହୁ ଆଡ଼ମ୍ବରରେ ବୋଇତ ଉତ୍ସବ ପାଳନ କରାଯାଇଛି। ଉତ୍ସବକୁୃ ଉଦଘାଟନ କରିଛନ୍ତି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା।

କୋଣାର୍କରେ ବୋଇତ ବନ୍ଦାଣ,ସମ୍ବଲପୁରୀ ନୃତ୍ୟୁରେ ଝୁମିଲେ ବିଦେଶୀ ପର୍ଯ୍ୟଟକ

ଚନ୍ଦ୍ରଭାଗା ଠାରେ ମଙ୍ଗଳବାର 25ତମ ବୋଇତ ବନ୍ଦାଣ ସୂର୍ଯ୍ୟ ପୂଜା 6.15ରେ ଆୟୋଜିତ ହୋଇଥିଲା। ପରମ୍ପରା ଅନୁଯାୟୀ ଓଡିଶାର ସାଧବ ପୁଅ ଭଳି ବେଶରେ କଳାକାର ମାନେ ଆସିଥିଲେ। ଏହି ସଭାରେ ସମ୍ବଲପୁରୀ ନୃତ୍ୟ, ଦେଶାତ୍ମବୋଧକ ସଙ୍ଗୀତ ଓ ଭଜନ ସମାରୋହ କାର୍ଯ୍ୟକ୍ରମକୁ ଉପଭୋଗ କରିଛନ୍ତି ଶତାଧିକ ବିଦେଶୀ ପର୍ଯ୍ୟଟକ।

କୋଣାର୍କରେ ବୋଇତ ବନ୍ଦାଣ,ସମ୍ବଲପୁରୀ ନୃତ୍ୟୁରେ ଝୁମିଲେ ପର୍ଯ୍ୟଟକ

ପୂର୍ବରୁ ସାଧବ ପୁଅମାନେ ବୋଇତ ମାଧ୍ୟମରେ ବିଦେଶକୁ ଓଡ଼ିଶାର ଖଣିଜ ପଦାର୍ଥ ତଥା ଝୁଣା,ଲାଖ,ରତ୍ନପଥର ରୁଦ୍ରାକ୍ଷ ଜିନିଷ ନେଇ ଜାଭା, ସୁମିତ୍ରା, ବାଲି ,ମାଲାୟାଲାମ ଆଦି ଦେଶକୁ ବାଣିଜ୍ୟ କରିବାକୁ ଯାଇଥାନ୍ତି l

କୋଣାର୍କରେ ବୋଇତ ବନ୍ଦାଣ,ସମ୍ବଲପୁରୀ ନୃତ୍ୟୁରେ ଝୁମିଲେ ପର୍ଯ୍ୟଟକ

ସାଧବ ବୋହୂମାନେ ସାଧବ ପୁଅ ମାନଙ୍କୁ ବୋଇତରେ ବନ୍ଦାପନା କରି ମେଲାଣି ଦେଇଥାନ୍ତି । ଏହି ପରମ୍ପରାକୁ ମନେପକାଇ ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ତେବେ ଆଗାମୀ ଦିନରେ ଏହି ବୋଇତ ବନ୍ଦାଣ ଉତ୍ସଵକୁ ଆହୁରି ବ୍ୟାପକ କରାଯିବ ବୋଲୀ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି।


କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟବକ୍ତା ଜିଲ୍ଲା ପରିଷଦ ଜ୍ୟୋତିର୍ମୟୀ ଦଳାଇ, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ସ୍ଵାଧୀନ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details