ଓଡିଶା

odisha

ETV Bharat / city

କାଲିଠୁ କାର୍ତ୍ତିକ ବ୍ରତ ଆରମ୍ଭ, କୋଭିଡ କଟକଣା ଯୋଗୁଁ RTPCR ଦେଖାଇ ଦର୍ଶନ କରିବେ ହବିଷ୍ୟାଳି - Puri Collector

ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ଶ୍ରୀଜୀଉଙ୍କ ଦର୍ଶନ କରିବେ ହବିଷ୍ୟାଳି । କଟକଣା ଯୋଗୁଁ ପ୍ରବଳ ଭିଡ ହେବାର ସମ୍ଭାବନା ଥିବାରୁ ଘରେ ରହି ହବିଷ୍ୟ ପାଳନ କରିବାକୁ ବୈଠକରେ ହୋଇଛି ନିଷ୍ପତ୍ତି । ଅଧିକ ପଢନ୍ତୁ...

କାଲିଠୁ କାର୍ତ୍ତିକ ବ୍ରତ ଆରମ୍ଭ, କୋଭିଡ କଟକଣା ଯୋଗୁଁ RTPCR ଦେଖାଇ ଦର୍ଶନ କରିବେ ହବିଷ୍ୟାଳି
କାଲିଠୁ କାର୍ତ୍ତିକ ବ୍ରତ ଆରମ୍ଭ, କୋଭିଡ କଟକଣା ଯୋଗୁଁ RTPCR ଦେଖାଇ ଦର୍ଶନ କରିବେ ହବିଷ୍ୟାଳି

By

Published : Oct 19, 2021, 8:05 PM IST

ପୁରୀ: ଆସନ୍ତାକାଲି(ବୁଧବାର) କୁମାରପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ହେବ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବା ସହ ପରଦିନ ଅର୍ଥାତ ଆସନ୍ତା ୨୧ ତାରିଖରୁ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ଆରମ୍ଭ ହେବ । ପ୍ରତିବର୍ଷ କାର୍ତ୍ତିକ ମାସରେ ପୁରୀରେ ହବିଷ୍ୟାଳୀଙ୍କ ଅସମ୍ଭବ ଭିଡ଼ ଜମିଥାଏ । କିନ୍ତୁ ଗତ ବର୍ଷ ଭଳି ଚଳିତ ବର୍ଷ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହବିଷ୍ୟାଳିଙ୍କୁ ପୁରୀରେ ରଖିବା ନେଇ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ ।

କାଲିଠୁ କାର୍ତ୍ତିକ ବ୍ରତ ଆରମ୍ଭ, କୋଭିଡ କଟକଣା ଯୋଗୁଁ RTPCR ଦେଖାଇ ଦର୍ଶନ କରିବେ ହବିଷ୍ୟାଳି

ତେବେ ହବିଷ୍ୟାଳିମାନେ ପୁରୀ ନ ଆସି ଘରେ ରହି କାର୍ତ୍ତିକ ବ୍ରତ କରିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏଣୁ ଚଳିତ ବର୍ଷ ପୁରୀ ବଡ ଦାଣ୍ଡରେ ହବିଷ୍ୟାଳିଙ୍କ ଭିଡ଼ ଦେଖିବାକୁ ମିଳିବନି । ମଠବାଡି, ହୋଟେଲ, ଲଜିଂରେ ହବିଷ୍ୟାଳୀଙ୍କୁ ନ ରଖିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଧର୍ମ ମାସ କାର୍ତ୍ତିକରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଆଶଙ୍କାକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯିବ ।

ସେପଟେ ଭକ୍ତମାନେ କୋଭିଡ କଟକଣା ମାନି ଡବଲ ଡୋଜ ସାର୍ଟିଫିକେଟ କିମ୍ବା ୯୬ ଘଣ୍ଟା ପୂର୍ବର କୋଭିଡ RTPCR ନେଗେଟିଭ ରିପୋର୍ଟ କିଓସ୍କୋରେ ଦେଖାଇ ଦର୍ଶନ ପାଇଁ ଯାଉଛନ୍ତି । ଯାହା ଫଳରେ ଭକ୍ତଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଛି । ଏଣୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଆବଶ୍ୟକ ହେଲେ କିଓସ୍କୋ ସଂଖ୍ୟା ମଧ୍ୟ ବଢାଯିବା ପାଇଁ ଯୋଜନା ଚାଲିଛି । କାର୍ତ୍ତିକ ମାସରେ ସମସ୍ତ ଭକ୍ତ ଯେଭଳି ସୁରୁଖୁରୁରେ ମହାପ୍ରସାଦ ପାଇପାରିବେ ସେନେଇ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରାଯାଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ। ତେବେ ଶ୍ରୀମନ୍ଦିରର ଦକ୍ଷିଣ ଓ ଉତ୍ତର ଦ୍ବାରରେ ଭକ୍ତ ମାନଙ୍କ ପାଇଁ ମହାପ୍ରସାଦ ଉପଲବ୍ଧ କରିବା ପାଇଁ ଯୋଜନା ହୋଇଥିବା ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details