ପୁରୀ :ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପୁରୀ ଜିଲ୍ଲା କଣାସ ବ୍ଲକରେ ବନ୍ୟାସ୍ଥିତି । 8 ରୁ ଅଧିକ ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି । ତିନି ଦିନ ହେବ ଗାଁରେ ବନ୍ୟା ଜଳ ପଶି ଥିଲେ ମଧ୍ୟ ଜଳସ୍ତର କମି ନାହିଁ । ଘରେ ଚାଲୁଛି 3 ଫୁଟ ଉଚ୍ଚର ପାଣି । କିଛି ଲୋକ ଘର ଛାତ ଉପରେ ଆଶ୍ରୟ ନେଇଥିବା ବେଳେ ଆଉ କିଛି ଲୋକ ଲୋକେ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି। କଣାସ ବ୍ଲକର ଗଡ଼ସାନପୁଟ ପଞ୍ଚାୟତ ସମ୍ପୂର୍ଣ୍ଣ ବୁଡ଼ି ରହିଛି । ରାଜୁଆ ନଦୀରେ ଘାଇ ସୃଷ୍ଟି ହେବା ପରେ ସ୍ଥିତି ସଙ୍ଗୀନ ହୋଇପଡିଛି ।
କଣାସରେ ବନ୍ୟାସ୍ଥିତି ସଙ୍ଗୀନ, ଘରେ ଚାଲିଛି ୩ ଫୁଟ ଉଚ୍ଚର ପାଣି - ପୁରୀ ରାଜୁଆ ନଦୀରେ ଘାଇ
ପୁରୀ ଜିଲ୍ଲା କଣାସ ବ୍ଲକରେ ବନ୍ୟାସ୍ଥିତି । ଘରେ ଚାଲୁଛି 3 ଫୁଟ ଉଚ୍ଚର ପାଣି । 8 ରୁ ଅଧିକ ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି । କଣାସ ବ୍ଲକର ଗଡ଼ସାନପୁଟ ପଞ୍ଚାୟତ ସମ୍ପୂର୍ଣ୍ଣ ବୁଡ଼ି ରହିଛି । ଅଧିକ ପଢନ୍ତୁ
ଲୋକପାଳ ଗ୍ରାମବାସୀଙ୍କୁ ତିନି ଦିନ ପରେ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ପାନୀୟ ଜଳ ବ୍ୟବସ୍ଥା ନ ଥିବା ହେତୁ ଲୋକମାନେ ଦୁର୍ଦ୍ଦଶା ଭୋଗୁଛନ୍ତି । ତୁରନ୍ତ ପାନୀୟ ଜଳ ସହ ନିୟମିତ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଲୋକପାଳବାସୀ ଦାବି କରିଛନ୍ତି । ସରକାର ଭଲ ଠିକାଦାର ନିଯୁକ୍ତ କରି ରାଜୁଆ ନଦୀ ବନ୍ଧ ସୁଦୃଢ କରିବକୁ ଦାବି ହୋଇଛି । ସଠିକ ଭବେ ନଦୀ ବନ୍ଧ ନିର୍ମାଣ କରାଯାଇ ନଥିନା ହେତୁ ଘାଇ ହୋଇ ବ୍ୟାପକ କ୍ଷତି ହୋଇଥିବା ଅଭିଯୋଗ ହୋଇଛି । ତେବେ ପୁରୀ ଜିଲ୍ଲା କଣାସ ବ୍ଲକ ଗଡସାନପୁଟ ପଞ୍ଚାୟତର ଲୋକପାଳ ଗାଁରୁ ଅଧିକ ସୂଚନା ଦେଇଛନ୍ତି ଆମ ପୁରୀ ପ୍ରତିନିଧି ।
ଇଟିଭି ଭାରତ, ପୁରୀ