ଓଡିଶା

odisha

ETV Bharat / city

ଖୋଲିବ କାକଟପୁର ମଙ୍ଗଳା ମନ୍ଦିର, କୋଭିଡ ନିୟମ ପାଳିବାକୁ ସେବାୟତଙ୍କ ନିବେଦନ - kakatapur mangala temple

ଡିସେମ୍ବର 23 ତାରିଖରୁ ପୁରୀରେ ସମସ୍ତ ମଠ ମନ୍ଦିର ଖୋଲିବାକୁ ଅନୁମତି ଦେଇଛନ୍ତି ଜିଲ୍ଲା ପ୍ରଶାସନ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି କାକଟପୁର ମଙ୍ଗଳା ମନ୍ଦିର ସେବାୟତ। ଅଧିକ ପଢ଼ନ୍ତୁ...

kakatapur temple sebayat appeal to devotees to obey covid rule during darshan
ଖୋଲିବ କାକଟପୁର ମଙ୍ଗଳା ମନ୍ଦିର, କୋଭିଡ ନିୟମ ପାଳିବାକୁ ସେବାୟତଙ୍କ ନିବେଦନ

By

Published : Dec 20, 2020, 6:04 PM IST

ପୁରୀ: ଡିସେମ୍ବର 23 ତାରିଖରୁ ପୁରୀରେ ସମସ୍ତ ମଠ ମନ୍ଦିର ଖୋଲିବାକୁ ଅନୁମତି ଦେଇଛନ୍ତି ଜିଲ୍ଲା ପ୍ରଶାସନ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି କାକଟପୁର ମଙ୍ଗଳା ମନ୍ଦିର ସେବାୟତ। ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁଜ ସଙ୍କେତ ମିଳିବା ପରେ କାକଟପୁର ମା ମଙ୍ଗଳା ମନ୍ଦିର ଖୋଲିବା ନେଇ ତତ୍ପରତା ଦେଖାଦେଇଛି ।

ଖୋଲିବ କାକଟପୁର ମଙ୍ଗଳା ମନ୍ଦିର, କୋଭିଡ ନିୟମ ପାଳିବାକୁ ସେବାୟତଙ୍କ ନିବେଦନ

ମନ୍ଦିର ଖୋଲିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି। ଏହି ଗାଇଡଲାଇନ ଅନୁଯାୟୀ ଶ୍ରଦ୍ଧାଳୁମାନେ କିଭଳି ସୁରକ୍ଷିତ ଭାବରେ ଦର୍ଶନ କରିବେ, ସେଦିଗରେ ଧ୍ୟାନ ଦେଉଛନ୍ତି ମଙ୍ଗଳା ମନ୍ଦିର ପ୍ରଶାସନ। ଏହାକୁ ନେଇ ସେବାୟତ ସଂଘ ସହିତ ମନ୍ଦିର ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଛି ।

ବୈଠକରେ ବିଶେଷ କରି ସର୍ଵସାଧାରଣ ଦର୍ଶନ ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ସାନିଟାଇଜ ବ୍ୟବହାର ଉପରେ ଗୁରୁତ୍ଵ ଦିଆଯାଇଛି। ଏହାସହ ଧାଡ଼ି ଦର୍ଶନ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଦୀର୍ଘ 9 ମାସ ପରେ କାକଟପୁର ମା' ମଙ୍ଗଳାଙ୍କ ମନ୍ଦିର ଖୋଲିବ। ଏହାକୁ ନେଇ ସେବାୟତମାନେ ବେଶ ଖୁସି ଜାହିର କରିଛନ୍ତି ।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୋଭିଡ ଗାଇଡଲାଇନ ମାନି ଶ୍ରଦ୍ଧାଳୁମାନେ ମନ୍ଦିରରେ ମା'ଙ୍କ ଦର୍ଶନ କରନ୍ତୁ । ଏହି ସମୟରେ ମନ୍ଦିର ସେବାୟତମାନଙ୍କୁ ସହଯୋଗ କରିବାକୁ ଭକ୍ତଙ୍କୁ ଅନୁରୋଧ କରିଛନ୍ତି କାକଟପୁର ମନ୍ଦିର ସେବାୟତ ସଂଘ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details