ଓଡିଶା

odisha

ETV Bharat / city

କୋଭିଡ କଟକଣା ମଧ୍ୟରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ଝୁଲଣ ପର୍ବ - puri district news

କୋଭିଡ କଟକଣା ଭିତରେ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଝୁଲଣଯାତ୍ରା ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଆରମ୍ଭ ହୋଇଛି। ବିନା ଭକ୍ତରେ କେବଳ ସେବାୟତ କରୁଛନ୍ତି ନୀତିକାନ୍ତି । ଅଧିକ ପଢନ୍ତୁ...

କୋଭିଡ କଟକଣା ମଧ୍ୟରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ଝୁଲଣ ପର୍ବ
କୋଭିଡ କଟକଣା ମଧ୍ୟରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ଝୁଲଣ ପର୍ବ

By

Published : Aug 17, 2021, 6:29 PM IST

ପୁରୀ:ଚଳିତବର୍ଷ କୋଭିଡ କଟକଣା ଭିତରେ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଝୁଲଣ ଯାତ୍ରା ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଆରମ୍ଭ ହୋଇଛି। ସୁସଜ୍ଜିତ ଝୁଲଣ କୁଞ୍ଜରେ ଶ୍ରୀରାଧାକୃଷ୍ଣ ଝୁଲିବେ। ଏହି ଯାତ୍ରା 7ଦିନ ଧରି ଚାଲିବ । ପରମ୍ପରା ମୁତାବକ ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତୀ ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ପ୍ରଭୁ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଝୁଲଣକୁଞ୍ଜରେ ବିରାଜମାନ କରିଥାନ୍ତି ।

କୋଭିଡ କଟକଣା ମଧ୍ୟରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ଝୁଲଣ ପର୍ବ

ମୁକ୍ତି ମଣ୍ଡପରେ ଆକର୍ଷଣୀୟ ଭାବେ ନିର୍ମାଣ କରାଯାଇଥିବା ଝୁଲଣକୁଞ୍ଜରେ ପ୍ରଭୁ ମଦନମୋହନ ରାସ କରିଥାନ୍ତି । କେବଳ ଶ୍ରୀମନ୍ଦିର ନୁହେଁ ଶ୍ରୀମନ୍ଦିର ସହ ଜଡିତଥିବା ମଠ ମନ୍ଦିରରେ ମଧ୍ୟ ଏହି ଝୁଲଣ ପର୍ବ ମଧ୍ୟ ଦେଖିବାକୁ ମିଳିଥାଏ । ପ୍ରାୟତଃ ଏକ ମାସ ପୂର୍ବରୁ କାରିଗରମାନେ ଶୁଦ୍ଧପୂତ ଭାବେ ଏହି ଝୁଲଣ ନିର୍ମାଣରେ ଲାଗିଥାନ୍ତି | କୁଞ୍ଜକୁ ଆକର୍ଷଣୀୟ କରିବା ପାଇଁ ଜରି, ଜମ୍ବୁରା, ସୋଲ, ରଙ୍ଗ ଓ ନୂଆକନା ବ୍ୟବହାର କରାଯାଇଥାଏ । ଏହି କୁଞ୍ଜରେ କେବଳ ଦେବାଦେବୀ ନୁହନ୍ତି ସଖୀ, ପଶୁ, ପକ୍ଷୀ ତଥା ବିଭିନ୍ନ ଗଛଲତା ସହ ସୁବାସିତ ଫୁଲ ଓ ଫଳମୂଳକୁ ମଧ୍ୟ ସ୍ଥାନ ଦିଆଯାଇଥାଏ । ଯାହାକୁ ଦେଖିବା ପାଇଁ ଭକ୍ତଙ୍କ ଭିଡ ଜମିଥାଏ।

କିନ୍ତୁ ଚଳିତବର୍ଷ କୋଭିଡ କଟକଣା ଭିତରେ ସାମାଜିକ ଦୂରତ୍ବ ରକ୍ଷା କରାଯାଇ ଝୁଲଣ ଯାତ୍ରା ହେବ। ବିଭିନ୍ନ ମଠରେ, ସ୍ବତନ୍ତ୍ର ଶୈଳୀରେ ଚାଳି ତିଆରି ହୋଇ ପଛପାର୍ଶ୍ବରେ ଝୁଲଣ କୁଞ୍ଜ ତିଆରି ହୋଇଛି। ମେଢଫୁଲ,ଜରି ଜମ୍ବୁରା ଓ ସୋଲର ଆକର୍ଷଣୀୟ କାରୁକାର୍ଯ୍ୟ, ଶୁଆସାରୀ, ବଣିପାରା, ଗୁଣ୍ଡୁଚି ମୂଷା,ମାଙ୍କଡ଼ ସହ ବିଭିନ୍ନ ବନ୍ୟପ୍ରାଣୀ ଝୁଲଣ କୁଞ୍ଜରେ ଖଞ୍ଜା ଯାଇଛନ୍ତି ।

ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରାର ସ୍ବତନ୍ତ୍ରତା ଥିବାବେଳ ଚଳିତବର୍ଷ କିନ୍ତୁ କେବଳ ବିଧି ଓ ପରମ୍ପରା ରକ୍ଷା ପାଇଁ ଶ୍ରୀମନ୍ଦିର ଭିତରେ ଏହି ଝୁଲଣ ଯାତ୍ରା ଅନୁଷ୍ଠିତ ହେବ। ସଂନ୍ଧ୍ୟା ୭ଟାରେ ଦର୍ଶନ ବନ୍ଦ ହେଉଥିବାରୁ ଭକ୍ତମାନେ ଏହା ଦେଖିବାରୁ ବଞ୍ଚିତ ହେବେ। ସେହିପରି ମଠରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ନାହିଁ। ପୁରାଣରେ ବର୍ଣ୍ଣନା ଅନୁଯାୟୀ ଦ୍ଵାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ଓ ରାଧାରାଣୀ ଝୁଲଣ କୁଞ୍ଜର ରାସଲୀଳାକୁ ସ୍ମରଣ କରି ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଏହି ମହାନ ପରମ୍ପରା କାହିଁ କେଉଁ ବର୍ଷରୁ ପ୍ରଚଳିତ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details