ପୁରୀ: ପୁରୀ ଶ୍ରୀମନ୍ଦିର ଦର୍ଶନ କଲେ ଟୋକିଓ ଅଲମ୍ପିକ ଜାଭେଲିନ ଥ୍ରୋ ଗୃପ । ଚଳିତ ବର୍ଷ ଟୋକିଓ ଅଲମ୍ପିକ ନିମନ୍ତେ ଯୋଗ୍ୟତା ଅର୍ଜନ କରିଥିବା ଜାଭେଲିନ ଥ୍ରୋ ଗ୍ରୁପ ଆଜି ପୁରୀରୁ ଗସ୍ତ କରିଛନ୍ତି ।
ଟୋକିଓ ଅଲମ୍ପିକରେ ଭାଗ ନେବା ପୂର୍ବରୁ ଜଗା ଦର୍ଶନ କଲେ ଜାଭେଲିନ ଥ୍ରୋ ଗୃପ - ଟୋକିଓ ଅଲମ୍ପିକ
ଟୋକିଓ ଅଲମ୍ପିକ ନିମନ୍ତେ ଯୋଗ୍ୟତା ଅର୍ଜନ କରିଥିବା ଜାଭେଲିନ ଥ୍ରୋ ଗୃପର ଆଜି ପୁରୀରୁ ଗସ୍ତ କରିଛନ୍ତି । ଅଧିକ ପଢନ୍ତୁ...

ଜାପାନର ଟୋକିଓ ଅଲମ୍ପିକ ଭାଗନେଉଥିବା ନିରଜ ଚୋପ୍ରା, ଶିବପାଲ ସିଂ, ରାଜିନ୍ଦର ସିଂ, ରୋହିତ ଯାଦବ, ଇଶାନ, ସୁଶ୍ରୀ ଅନୁ ରାଣୀ ପ୍ରମୁଖ ସାମିଲ ଥିଲେ । ସେମାନଙ୍କୁ ପ୍ରଥମେ ସ୍ଥାନୀୟ ସର୍କିଟ୍ ହାଉସରେ ସ୍ବାଗତ ଜଣାଇବା ପରେ ସେମାନେ ଶ୍ରୀମନ୍ଦିର ଦର୍ଶନ କରିଥିଲେ । ପୁରୀ ଆସି ଠାକୁରଙ୍କ ଦର୍ଶନ କରିବା ସହ ଖୁସି ବ୍ୟକ୍ତ କରିଥିଲେ । ଏହାପରେ ସେମାନେ ବେଳାଭୂମିରେ କିଛି ସମୟ ବିତାଇଥିଲେ । ଉକ୍ତ ଗ୍ରୁପ ଟୋକିଓ ଅଲମ୍ପିକ ନିମନ୍ତେ ଭୁବନେଶ୍ବରସ୍ଥ କଳିଙ୍ଗ ଷ୍ଟାଡିୟମରେ ତାଲିମ ଶିବିରରେ ଯୋଗ ଦେଇଛନ୍ତି। ଜିଲ୍ଲା କ୍ରିଡାଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ଆଥେଲେଟିକ ସଂଘ ସଂପାଦକ ରବିଶଙ୍କର ପ୍ରତିହାରୀ, ପାରା ଆଥଲେଟ ଜୟନ୍ତୀ ବେହେରା ଓ ତାଙ୍କ ପ୍ରଶିକ୍ଷକ ବିଷ୍ଣୁପ୍ରସାଦ ମିଶ୍ର, ପାର୍ଥସାରଥୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ