ଓଡିଶା

odisha

ETV Bharat / city

ଜଗନ୍ନାଥ ଷ୍ଟାଡିୟମ ପାଲଟିଛି ଅଳିଆ ଗଦା, ଆଖି ବୁଜି ଦେଇଛି ପ୍ରଶାସନ - ଜଗନ୍ନାଥ ଷ୍ଟାଡିୟମ

ଫନି ବାତ୍ୟା ପରେ ପୁରୀ ଜିଲ୍ଲା ପ୍ରଶାସନ ଜିଲ୍ଲାର ଯାବତୀୟ ଆବର୍ଜନାକୁ ଜଗନ୍ନାଥ ଷ୍ଟାଡିୟମରେ ଜମା କରି ରଖିଛି । ଏନେଇ ଜିଲ୍ଲାର ଖେଳାଳୀ ଓ କ୍ରୀଡାବିତ୍‌ଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।

ଡିଜାଇନ ଫଟୋ

By

Published : Jul 25, 2019, 12:00 PM IST

Updated : Jul 26, 2019, 8:09 PM IST

ପୁରୀ: ଯେଉଁଠି ଆଖି ବୁଲାଇଲେ ଖାଲି କୁଢ କୁଢ ଆବର୍ଜନା । ପାହାଡ ପରି ଗଦା ହୋଇଛି ମଇଳା ବର୍ଜ୍ୟବସ୍ତୁ । ତେବେ ଆପଣ ଦେଖୁଥିବା ଏହି ଦୃଶ୍ୟ କୌଣସି ଡମ୍ପିଂୟାର୍ଡର ନୁହେଁ । ଏହା ହେଉଛି ପୁରୀ ଜିଲ୍ଲାର ଜଗନ୍ନାଥ ଷ୍ଟାଡିୟମର ଚିତ୍ର ।

ଭିଡିଓ ସୌଜନ୍ୟ- ସମ୍ବାଦଦାତ, ପୁରୀ

ଆଶ୍ଚର୍ଜ୍ୟ ଲାଗିଲେ ବି ଘଟଣାଟି ସତ । ଏହା ଏକ ଷ୍ଟାଡିୟମ । ନା ଏଠି ଅଛନ୍ତି ଖେଳାଳି ନା ହେଉଛି ଖେଳ । ଫନି ବାତ୍ୟା ପରେ ଜିଲ୍ଲା ପ୍ରଶାସନ ଏହି ଆବର୍ଜନାକୁ ଷ୍ଟାଡିୟମରେ ଜମା କରି ରଖିଛି । ଏନେଇ ଜିଲ୍ଲାର ଖେଳାଳୀ ଓ କ୍ରୀଡାବିତ୍‌ଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।

ଷ୍ଟାଡିୟମ ନିର୍ମାଣ ପାଇଁ ଗତବର୍ଷ ଘୋଷଣା ହୋଇଥିଲା 26 କୋଟିର ଅନୁଦାନ । ରାଜ୍ୟ ସରକାରଙ୍କ 19 କୋଟି ଓ ଖେଲୋ ଇଣ୍ଡିଆ ସ୍କିମରେ ମିଳିଥିଲା 7କୋଟି । ତେବେ କାମ ଆରମ୍ଭରେ ବିଳମ୍ବ ନେଇ ମଧ୍ୟ ଆମେ ଖବର ପ୍ରସାରଣ କରିଥିଲୁ । ମାତ୍ର ଏବେ ବର୍ଷେରୁ ଅଧିକ ସମୟ ବିତି ସାରିଲାଣି । ହେଲେ ଅଧା ବି ହୋଇ ପାରିନାହିଁ ନିର୍ମାଣ କାର୍ଯ୍ୟ । ସେପଟେ ଜିଲ୍ଲା ପ୍ରଶାସନ ନିଜର ଅପାରଗତାକୁ ଲୁଚାଇବାକୁ ଯାି ଫନି ବାତ୍ୟାକୁ ଆଳ କରି ଖସିଯିବାକୁ ବସିଛି।

ରାଜ୍ୟ କ୍ରୀଡାମନ୍ତ୍ରୀ ଖୋଦ ପୁରୀ ଜିଲ୍ଲାର ହୋଇଥିବା ବେଳେ ଷ୍ଟାଡିୟମର ଏହି ଅବସ୍ଥା କ୍ରୀଡା ବିଭାଗର ଅସଲି ଚେହେରାକୁ ପଦାରେ ପକାଉଛି । ତେବେ ଅପେକ୍ଷା କେବେ ଆଖି ଖୋଲୁଛି କ୍ରୀଡା ବିଭାଗର, କେବେ ଶେଷ ହେଉଛି ଷ୍ଟାଡିୟମର ନିର୍ମାଣ କାମ?

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jul 26, 2019, 8:09 PM IST

ABOUT THE AUTHOR

...view details