ପୁରୀ: ପୁରୀ ଓ ଆଖ ପାଖ ଅଞ୍ଚଳରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଜମିବାଡ଼ି ସମସ୍ୟା ସମାଧାନ ଦାବି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦାବି ପତ୍ର । 15 ଦିନ ଭିତରେ ସମସ୍ୟାର ସମାଧାନ ନେଇ ସରକାର ପଦକ୍ଷେପ ନ ନେଲେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଶ୍ରୀଜଗନ୍ନାଥ ସେନା ଚେତାବନୀ ଦେଇଛି ।
ଶ୍ରୀଜଗନ୍ନାଥ ସେନାର ଅଭିଯୋଗ ଅନୁସାରେ 1991 ମସିହାରେ ରାଜସ୍ବ ପାର୍ଷଦଙ୍କ ଏକ ରିପୋର୍ଟକୁ ନେଇ ଅନେକ ଜମିର ମାଲିକାନା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ସରକାର କରିଦେଇଛନ୍ତି । ଯାହାକି ସମ୍ପୂର୍ଣ୍ଣ ଅନ୍ୟାୟ । ଲୋକମାନେ ସରକାରଙ୍କ ଠାରୁ ପଟ୍ଟା ରଖିଥିବା ବେଳେ ସ୍ଥିତିବାନ ଜମି ରହିଥିଲା। ସରକାର ଏଥିପାଇଁ ଖଜଣା ନେଉଥିଲେ ।
ଶ୍ରୀମନ୍ଦିର କାର୍ଯ୍ୟାଳୟ ଘେରିବାକୁ ଜଗନ୍ନାଥ ସେନାର ଚେତାବନୀ ଏହାମଧ୍ୟ ପଢନ୍ତୁ: ପୁରୀରେ ଜିରୋ ନାଇଟ ସେଲିବ୍ରେସନକୁ ନା, ରେଳଷ୍ଟେସନ ଓ ବସଷ୍ଟାଣ୍ଡରେ ଖୋଲିବ ଫିଭର କ୍ଲିନିକ୍
କିନ୍ତୁ ସେତେବେଳେ ପଟା ପ୍ରଦାନ ବେଳେ ସରକାର କୌଣସି ଆପତ୍ତି ନ କରି ହଠାତ ସବୁ ମହାପ୍ରଭୁଙ୍କ ନାମରେ ଜମି ରେକର୍ଡ କରିଦେଇଛନ୍ତି। ଫଳରେ ପୂର୍ବରୁ ବିଭିନ୍ନ ସୂତ୍ରରୁ ଜାଗା କିଣି ପଟ୍ଟା ପାଇଥିବା ଲୋକ ଦୀର୍ଘ ବର୍ଷ ହେବ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ।
ନିଜର ଭଲ ମନ୍ଦ କାର୍ଯ୍ୟ ନେଇ ନା ଜମି ବିକ୍ରି କରି ପାରୁନଥିବାବେଳେ ଜମି ବନ୍ଧକ ରଖି ଋଣ ମଧ୍ୟ ଆଣିପାରୁନାହାନ୍ତି । ସରକାରଙ୍କ ଏକପାଖିଆ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ପୁରୀ ସମେତ ଆଖପାଖ ଅଞ୍ଚଳରେ 80 ହଜାର ପରିବାର ଏବେ ନିଜ ଜାଗାବାଡ଼ିର ମାଲିକାନା ହରାଇଥିବା ସଂଗଠନ ଅଭିଯୋଗ କରିଛି । ତେବେ ସରକାର ଏହି ଦୀର୍ଘ ଦିନର ସମସ୍ୟା ସମାଧାନ ନ କଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀଜଗନ୍ନାଥ ସେନା ଚେତାବନୀ ଦେଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ