ଓଡିଶା

odisha

ETV Bharat / city

ପୁରୀବାସୀଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର, ଜଗନ୍ନାଥ ସେନାର ବିରୋଧ

ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଜିଲ୍ଲାବାସିନ୍ଦାଙ୍କ ପାଇଁ କେଵଳ ପଶ୍ଚିମ ଦ୍ୱାର ଖୋଲିବାକୁ ନିଷ୍ପତ୍ତି ହୋଇଛି । ତେବେ ଏହି ନିଷ୍ପତ୍ତିକୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବିରୋଧ କରାଯାଇଛି । ଅଧିକ ପଢ଼ନ୍ତୁ...

By

Published : Oct 27, 2021, 9:39 PM IST

ପୁରୀବାସୀଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର, ଜଗନ୍ନାଥ ସେନାର ବିରୋଧ
ପୁରୀବାସୀଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର, ଜଗନ୍ନାଥ ସେନାର ବିରୋଧ

ପୁରୀ: ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଜିଲ୍ଲାବାସିନ୍ଦାଙ୍କ ପାଇଁ କେଵଳ ପଶ୍ଚିମ ଦ୍ୱାର ଖୋଲିବାକୁ ନିଷ୍ପତ୍ତି ହୋଇଛି । ତେବେ ଏହି ନିଷ୍ପତ୍ତିକୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବିରୋଧ କରାଯାଇଛି । ନଭେମ୍ବର ୧ ତାରିଖରୁ ପୁରୀ ସହରବାସୀ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରି ପାରିବେ। ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।

ପୁରୀବାସୀଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର, ଜଗନ୍ନାଥ ସେନାର ବିରୋଧ

ତେବେ ଏହି ନିଷ୍ପତ୍ତିକୁ ଶ୍ରୀଜଗନ୍ନାଥ ସେନା ନାପସନ୍ଦ କରିଛି । ପୂର୍ବ ଭଳି ଶ୍ରୀମନ୍ଦିରର ସମସ୍ତ ଦ୍ୱାର ପୁରୀ ସହରବାସୀଙ୍କ ପାଇଁ ଖୋଲାଯିବାକୁ ଜଗନ୍ନାଥ ସେନା ଦାବି କରିଥିଲା । ଏହାଦ୍ୱାରା ପୁରୀ ସହରବାସୀ ନିଜ ଇଚ୍ଛା ଅନୁଯାୟୀ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ । ସେହିପରି ପୁରାଣର ବର୍ଣ୍ଣନା ଅନୁଯାୟୀ ଶ୍ରୀମନ୍ଦିରର ଚାରି ଦ୍ୱାରରେ ପ୍ରବେଶ ନେଇ ଅନେକ ଆଧ୍ୟାତ୍ମିକ ଦିଗ ରହିଛି । ନିଜର ମନସ୍କାମନା ପୂର୍ଣ୍ଣ ପାଇଁ କିଏ କେଉଁ ଦ୍ୱାରରେ ପ୍ରବେଶ କରିବେ ସେନେଇ ଉଲ୍ଲେଖ ରହିଛି ।

ପ୍ରଶାସନ ଶ୍ରୀମନ୍ଦିରର ନିୟମ ଓ ଆଧ୍ୟାତ୍ମିକ ଦିଗ ନଜାଣି କେବଳ ପଶ୍ଚିମ ଦ୍ୱାର ଖୋଲିବା ପୁରୀ ସହରବାସୀଙ୍କ ପାଇଁ ଠିକ୍‌ ନୁହେଁ ବୋଲି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ମତ ଦେଇଛନ୍ତି । ତୁରନ୍ତ ପ୍ରଶାସନ ପୂର୍ବ ଭଳି ଶ୍ରୀମନ୍ଦିର ୪ ଦ୍ୱାର ପୁରୀ ସହରବାସୀଙ୍କ ପାଇଁ ଖୋଲିବାକୁ ଶ୍ରୀଜଗନ୍ନାଥ ସେନା ଦାବି କରିଛି।



ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details