ପୁରୀ : ଯୁଦ୍ଧକାଳୀନ ଭିତ୍ତିରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ସହ ମୁଖଶାଳାରେ ଦଶବତାର ମୂର୍ତ୍ତି ପୁନଃ ସ୍ଥାପନ କରାଯାଉ। ଏ ଦୁଇଟି ଦାବି ନେଇ ଆଜି(ସୋମବାର) ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କୁ ଦାବିପତ୍ର ଦେଇଛି ଶ୍ରୀଜଗନ୍ନାଥ ସେନା। 2012 ରୁ ଶ୍ରୀମନ୍ଦିର ସିଂହଦ୍ୱାର ସ୍ଥିତ ମୁଖଶାଳାରେ ଦଶବତାର ମୂର୍ତ୍ତି ହଟାଯାଇଥିବାବେଳେ ତାହା ଆଜି ପର୍ଯ୍ୟନ୍ତ ପୁନଃ ସ୍ଥାପିତ ହୋଇନାହିଁ।
ଦୁଇଟି ଦାବି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟିଲା ଜଗନ୍ନାଥ ସେନା ଏହାବି ପଢନ୍ତୁ :ASI DG In Odisha: ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ଭି.ବିଦ୍ୟାବତୀ
ସେହିଭଳି ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ ଥିବା ଜାଣି ମଧ୍ୟ ରାଜ୍ୟ ସରକାର ଏହାର ମରାମତି କରିବା ଦିଗରେ ଧ୍ୟାନ ଦେଉନାହାନ୍ତି। ତେବେ ଏହି ଦୁଇଟି ଦାବିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ମୁଖ୍ୟ ପ୍ରଶାସକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ଶ୍ରୀଜଗନ୍ନାଥ ସେନାର ଆବାହକ । ପୁରୀ ଗସ୍ତରେ ଏଏସଆଇ ଡିଜି ଭି.ବିଦ୍ୟାବତୀ ଆସିଥିବାବେଳେ ଐତିହ୍ୟ କରିଡର ପ୍ରକଳ୍ପର ମାଷ୍ଟର ପ୍ଲାନ୍ ଉପରେ ସମୀକ୍ଷା କରିଥିଲେ। ଏହି ପରିପ୍ରେକ୍ଷୀରେ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏଏସଆଇ ଡିଜିଙ୍କ ଉଦେଶ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରତ୍ନଭଣ୍ଡାର ମରାମତି ସହ ଦଶବତାର ମୂର୍ତ୍ତି ସ୍ଥାପନ କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ