ପୁରୀ:ଦୁଇଟି କୋଭିଡ ଟୀକା ନେଇଥିବା ତଥା ଡବଲ ଡୋଜ ନେଇ ଥିବା ଭକ୍ତଙ୍କୁ ଚଳିତ ରଥଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ମିଳୁ । ଏହି ଦାବି କରିଛି ପୁରୀର ଜଗନ୍ନାଥ ସେନା। ଯେତେବେଳେ ଡବଲ ଡୋଜ ଟୀକା ନେଇ ଥିବା ପୋଲିସ କର୍ମଚାରୀ , ସେବାୟତ , ଶ୍ରୀମନ୍ଦିର କର୍ମଚାରୀ ରଥଯାତ୍ରା ରେ ସାମିଲ ହେଉଛନ୍ତି ସେତେବେଳେ ଡବଲ ଡୋଜ ଟୀକା ନେଇ ଥିବା ଭକ୍ତ କାହିଁକି ରଥଯାତ୍ରା ଦେଖି ପାରିବେନି ବୋଲି ଜଗନ୍ନାଥ ସେନା ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି।
ଡବଲ ଡୋଜ ଟୀକା ନେଇ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାକୁ କୋହଳ ଅନୁମତି ମିଳୁଛି ସେତେବେଳେ ଭକ୍ତଙ୍କୁ କାହିଁକି ତାଙ୍କ ଅଧିକାର ଦିଆଯିବ ନାହିଁ ସେ ପ୍ରଶ୍ନ କରିଛି ଜଗନ୍ନାଥ ସେନା। ଯଦି ଆଗାମୀ 30 ବର୍ଷ ଯାଏ କୋଭିଡ ମହାମାରୀ ରହିବ ତାହା ହେଲେ କଣ ପ୍ରତିବର୍ଷ ବିନା ଭକ୍ତରେ ରଥଯାତ୍ରା ସରକାର ଅୟୋଜନ କରିବେ କି ବୋଲି ଜଗନ୍ନାଥ ସେନା କହିଛି। ଏଣୁ ଡବଲ ଡୋଜ ଟୀକା ନେଇ ଥିବା ଭକ୍ତଙ୍କୁ ରଥଯାତ୍ରାରେ ସାମିଲ ନେଇ ଜଗନ୍ନାଥ ସେନା ଦାବି କରିଛି। ଯଦି ଓଡିଶାବାସିଙ୍କୁ ସରକାର ଏହି ସୁଯୋଗ ଦେବାରେ ସମର୍ଥ ହେଉନାହାନ୍ତି ତାହା ହେଲେ ପୁରୀବାସୀଙ୍କୁ ଏଥର ମହାପ୍ରଭୁଙ୍କ ରଥଯାତ୍ରା ଓ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବାକୁ ସରକାରଙ୍କୁ ଦାବି କରିଛି ଜଗନ୍ନାଥ ସେନା।ସେହିପରି ବଡ଼ ଦାଣ୍ଡ ରେ ଛାତ ଉପରେ ଠିଆ ହୋଇ ରଥଯାତ୍ରା ଦେଖିବା ଉପରେ କଟକଣାକୁ କଡା ସମାଲୋଚନା କରିଛି ଜଗନ୍ନାଥ ସେନା। ନିଜ ଘରେ ମଧ୍ୟ କଣ ଲୋକ ମାନେ ଆଖିରେ ଅନ୍ଧ ପୁଟୁଲି ଭିଡି ବସିବେ କି ବୋଲି ଜଗନ୍ନାଥ ସେନା ପ୍ରଶ୍ନ କରିଛି।