ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ବ୍ୟବସ୍ଥା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ । ଶ୍ରୀମନ୍ଦିରରେ ପୁରାଣରେ ଥିବା ନୀତି ନିୟମ ବଦଳରେ ଅନ୍ଧ ପରମ୍ପରା ନେଇ ସେବା ପୂଜା ଚାଲିଥିବା ଶଙ୍କରାଚାର୍ଯ୍ୟ କହିଛନ୍ତି । ଏହା ଦ୍ବାରା ରାଜ୍ୟ ତଥା ଦେଶର କ୍ଷତି ଘଟିବ ବୋଲି ଜଗତଗୁରୁ ବାର୍ତ୍ତା ଦେଇଛନ୍ତି ।
ସ୍କନ୍ଦ ପୁରାଣରେ ବର୍ଣ୍ଣନା ରହିଛି ରଥଯାତ୍ରା ଦିନ ହିଁ ତିନି ରଥ ଗୁଣ୍ଡିଚା ମନ୍ଦିରରେ ଲାଗିଥାଏ ଓ ମହାପ୍ରଭୁଙ୍କୁ ରତ୍ନ ସିଂହାସନରେ ସ୍ଥାପନ କରାଯାଇଥାଏ । କିନ୍ତୁ ଏହି ନିୟମ ପରିବର୍ତ୍ତେ ସନ୍ଧ୍ୟା ହେଲେ ରଥ ଟଣା ବନ୍ଦ ରହୁଛି। ପୂର୍ବରୁ କିଛି ସେବାୟତ ଏହି ନିୟମ କରିଥିବାବେଳେ ଏହା ଆଜି ଯାଏ ଚାଲିଛି । ଏ ନେଇ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯାଉ ନାହିଁ ବୋଲି ସେ କହିଛନ୍ତି।