ଓଡିଶା

odisha

ପୁରୀରେ ଆନ୍ତଃଜିଲ୍ଲା ବ୍ରାଉନସୁଗାର ବେପାରୀ ଗିରଫ, ୧୧ ଲକ୍ଷ ମୂଲ୍ୟର ଧଳାଜହର ଜବତ

By

Published : Apr 4, 2022, 4:43 PM IST

ପୋଲିସ କବ୍‌ଜାରେ ଆନ୍ତଃଜିଲ୍ଲା ବ୍ରାଉନସୁଗାର ବେପାରୀ । ପୁରୀ STF ଓ ବାସେଳୀ ସାହି ଥାନା ପୋଲିସ ଏହି ଦୁଇ ଆନ୍ତଃ ଜିଲ୍ଲା ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି । ଅଧିକ ପଢ଼ନ୍ତୁ

ପୁରୀରେ ଆନ୍ତଃଜିଲ୍ଲା ବ୍ରାଉନସୁଗାର ବେପାରୀ ଗିରଫ
ପୁରୀରେ ଆନ୍ତଃଜିଲ୍ଲା ବ୍ରାଉନସୁଗାର ବେପାରୀ ଗିରଫ

ପୁରୀ:ପୋଲିସ କବ୍‌ଜାରେ ଆନ୍ତଃଜିଲ୍ଲା ବ୍ରାଉନସୁଗାର ବେପାରୀ । ପୁରୀ STF ଓ ବାସେଳୀ ସାହି ଥାନା ପୋଲିସ ଏହି ଦୁଇ ଆନ୍ତଃ ଜିଲ୍ଲା ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ହେଉଛି ଖୋର୍ଦ୍ଧା ଦିୱାନ ଗ୍ରାମର ସର୍ବେଶ୍ଵର ବେହେରା । ଏହି ଅଭିଯୁକ୍ତଙ୍କ ନିକଟରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି ।

ପୁରୀରେ ଆନ୍ତଃଜିଲ୍ଲା ବ୍ରାଉନସୁଗାର ବେପାରୀ ଗିରଫ

ଜବତ ହୋଇଥିବା ବ୍ରାଉନସୁଗାର ଆନୁମାନିକ ବଜାର ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବା ନେଇ ପୋଲିସ ସୂଚନା ଦେଇଛି । ଅଭିଯୁ୍କ୍ତଙ୍କ ନିକଟରୁ ପୋଲିସ ନଗଦ ୧୧ ହଜାର ଟଙ୍କା ଓ ୬ଟି ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି । ଦୁଇ ଅଭିଯୁକ୍ତ ଅନେକ ସମୟରେ ପୁରୀ ଆସି ବ୍ରାଉନ ସୁଗାର ବେପାର କରୁଥିଲେ ।

ଏନେଇ ଗତକାଲି(ରବିବାର) ବିଳମ୍ବିତ ରାତିରେ କୌଣସି ସୂତ୍ରରୁ ପୋଲିସ ଓ STF ଖବର ପାଇଥିଲେ । ବାସେଳୀ ସାହି ଥାନା ପୋଲିସ ଓ STFର ମିଳିତ ଚଢାଉ ବେଳେ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କୁ ଆଜି(ସୋମବାର) କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ SP ମିହିର କୁମାର ପଣ୍ଡା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details