ଓଡିଶା

odisha

ETV Bharat / city

ଉତ୍ସବମୁଖର ହେବ ଶ୍ରୀମନ୍ଦିର, ଭଜନ ଓ ଜଣାଣରେ କମ୍ପିବ ବଡଦାଣ୍ଡ - ଭଜନ ଓ ଜଣାଣ

ଉତ୍ସବମୁଖର ହେବ ବଡଦାଣ୍ଡ, ଆନନ୍ଦିତ ହେବେ ଶ୍ରଦ୍ଧାଳୁ । କାରଣ ପ୍ରତ୍ୟେକ ଦିନ ବଡ଼ ଦାଣ୍ଡ ସିଂହଦ୍ବାର ନିକଟରେ ଅନୁଷ୍ଠିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ । ଏନେଇ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ ସୂଚନା ଦେଇଛନ୍ତି।

ଫାଇଲ ଫଟୋ

By

Published : Jul 27, 2019, 2:04 AM IST

ପୁରୀ: ଏବେ ସବୁଦିନ ଉତ୍ସବମୁଖର ହେବ ବଡଦାଣ୍ଡ, ଆନନ୍ଦିତ ହେବେ ଶ୍ରଦ୍ଧାଳୁ । କାରଣ ପ୍ରତ୍ୟେକ ଦିନ ବଡ଼ଦାଣ୍ଡ ସିଂହଦ୍ବାର ନିକଟରେ ଅନୁଷ୍ଠିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରୂପରେଖ ସହ ଚୂଡାନ୍ତ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।

ବଡ଼ ଦାଣ୍ଡରେ ପରିବେଷଣ ହେବ ଶ୍ରୀଜଗନ୍ନାଥ ସଂସ୍କୃତି କଥା ଓ ବିଭିନ୍ନ ଭଜନକୀର୍ତ୍ତନର ସମାରୋହ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ପୁରୀ

ଖବର ଅନୁଯାୟୀ, ପୁରୀକୁ ଆସୁଥିବା ଜଗନ୍ନାଥପ୍ରେମୀଙ୍କୁ ଏକ ଆଧ୍ୟାତ୍ମିକ ମାହୋଲରେ ହଜାଇ ଦେବାକୁ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ । ଯେଉଁଥିରେ ବିଭିନ୍ନ ଲୋକନୃତ୍ୟ ସମେତ ଓଡିଶା ପରମ୍ପରା ସ୍ଥାନ ପାଇବ। ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ ଏହି ସୂଚନା ଦେଇଛନ୍ତି।

ତେବେ ଏହାକୁ କିଭଳି ଆକର୍ଷଣୀୟ କରାଯାଇ ପାରିବ ସେନେଇ ଖୁବଶୀଘ୍ର ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ପରିଚାଳନା କମିଟି , ବୁଦ୍ଧିଜୀବୀ ଓ ଜଗନ୍ନାଥ ସଂସ୍କୃତି ଗବେଷକଙ୍କ ସହ ଆଲୋଚନା ହେବ । ଆଲୋଚନା ପରେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ନାମକରଣ ସହ ଏହାର ରୂପରେଖ ଚୂଡାନ୍ତ ହେବ । ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସିଂହ ଦ୍ବାର ସମ୍ମୁଖକୁ ବ୍ୟାରିକେଡ କରାଯାଇ ଶ୍ରୀନଅର ଯାଏଁ ରାସ୍ତା ଅବରୋଧ ମୁକ୍ତ ରଖାଯାଇଛି । ଗତ ରବିବାର ଏହି ଖାଲି ଜାଗାରେ ବିଭିନ୍ନ ପଥୋତ୍ସବ ଅନୁଷ୍ଠିତ ହୋଇଥିଲା।

ଜଗନ୍ନାଥ ସଂସ୍କୃତି ଉପରେ ଭକ୍ତଙ୍କୁ ଏକ ନିଆରା ଅନୁଭୂତି ପାଇଁ ପ୍ରତି ରବିବାର ଏଭଳି କାର୍ଯ୍ୟକ୍ରମ ହେବ ବୋଲି ଜିଲ୍ଲାପାଳ କହିଥିଲେ। ଯାହାକୁ ଖୁବଶୀଘ୍ର ଆୟୋଜନ କରିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ପୁରୀ ଜିଲ୍ଲାପାଳ କହିଥିଲେ ।

ଅନ୍ୟପଟେ ଶ୍ରୀମନ୍ଦିର ଚାରିପଟେ ବିଭିନ୍ନ ଖାଲି ଜାଗାକୁ ପ୍ରଶାସନ ନିଜ ଅକ୍ତିଆରକୁ ନେଇ ପାର୍କିଂ ସ୍ଥାନ କରିବ । ସେଠାରେ ଶ୍ରୀମନ୍ଦିର ସେବାରେ ନିୟୋଜିତ ଥିବା ସେବକମାନେ, ବିଭିନ୍ନ ସମୟରେ ସରକାରୀ କାର୍ଯ୍ୟରେ ଆସୁଥିବା ଗାଡି ରହିବାର ବ୍ୟବସ୍ଥା ରହିବ । ଶ୍ରୀମନ୍ଦିର ଚାରିପଟେ ବୁଲିବା ପାଇଁ ହୋଇଥିବା ପ୍ରଦକ୍ଷଣ ରାସ୍ତାକୁ ଅବରୋଧ ମୁକ୍ତ କରାଯିବ । ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ପୁରୀ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେବା ନେଇ ସମସ୍ତ ପ୍ରସ୍ତୁତି ସରିଥିବା ପୁରୀ ଜିଲ୍ଲାପାଳ କହିଛନ୍ତି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details