ଓଡିଶା

odisha

ETV Bharat / city

Parikrama Marg Project: ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ - ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ କାର୍ଯ୍ୟକୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ। ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ସଂପର୍କରେ ଆଲୋଚନା ବୈଠକ ଅନୁଷ୍ଠିତ
ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ସଂପର୍କରେ ଆଲୋଚନା ବୈଠକ ଅନୁଷ୍ଠିତ

By

Published : Mar 18, 2022, 9:03 AM IST

ପୁରୀ:ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ସୌନ୍ଦର୍ଯ୍ୟକରଣ ଏବଂ ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ଜାରି ରହିଛି ପରିକ୍ରମା ମାର୍ଗ ପ୍ରକଳ୍ପ କାର୍ଯ୍ୟ । ପ୍ରକଳ୍ପ କାର୍ଯ୍ୟକୁ ନେଇ ଗତକାଲି ଜିଲ୍ଲପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ କୁମ୍ଭକାର ନିଯୋଗ ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ମାନଙ୍କ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ସଂପର୍କରେ ଆଲୋଚନା ହୋଇଥିଲା । ପ୍ରକଳ୍ପର ଆବଶ୍ୟକତା ସଂପର୍କରେ ଜିଲ୍ଲାପାଳ ଉପସ୍ଥାପନ କରିଥିଲେ ।

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ସଂପର୍କରେ ଆଲୋଚନା ବୈଠକ ଅନୁଷ୍ଠିତ

ଏହି ପ୍ରକଳ୍ପ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ଖଣ୍ତେଲାଇଟ ପଥର ଦ୍ବାରା ନିର୍ମାଣ କରାଯିବ । ଭକ୍ତ ମାନଙ୍କ ସେବା ଓ ସୁବିଧା ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯିବା ସହ ସମସ୍ତଙ୍କ ସହଯୋଗରେ ଏହାର ସୁଫଳ ସୁଦୂର ପ୍ରସାରି ହେବ । ପରିକ୍ରମା ମାର୍ଗର ୭୫ ମିଟର ମଧ୍ୟରେ ସବୁଜିମା ବୃଦ୍ଧି, ସାଧାରଣ ସୁବିଧା ଉପଲବ୍ଧ କରାଇବା, ଶୌଚାଳୟ, ଆଶ୍ରୟସ୍ଥଳୀ, ପୋଲିସ କଣ୍ଟ୍ରୋଲ ରୁମ, ସୂଚନା ଓ ଆଶୁ ଚିକିତ୍ସା କେନ୍ଦ୍ର, ଜୋତା ଓ ସାମଗ୍ରୀ ରଖିବା ସ୍ଥାନ, ୨୪ ଘଣ୍ଟିଆ ପାଣି ଓ ବିଦ୍ୟୁତ ଯୋଗାଣ ଆଦି ବ୍ୟବସ୍ଥା ରହିବ ।

ଏଥିସହ କଳ୍ପ ପାଇଁ ମନ୍ଦିର ଓ ସ୍ଥାନୀୟ ପର୍ବପର୍ବାଣୀ ଏବଂ ନୀତିକାନ୍ତି ଯେପରି ବ୍ୟାହତ ନହୁଏ ଏଥିପ୍ରତି ଧ୍ୟାନ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ । ଉକ୍ତ ବୈଠକରେ ଉପସ୍ଥିତ ବ୍ୟକ୍ତି ବିଶେଷ ମାନେ ପ୍ରକଳ୍ପ ସଂପର୍କରେ ଜାଣି ଖୁସିବ୍ୟକ୍ତ କରିବା ସହ ସମସ୍ତ ସହଯୋଗ କରିବାକୁ କହିଥିଲେ । ବୈଠକରେ ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ କୈଳାଶ ଚନ୍ଦ୍ର ନାୟକ ଉପସ୍ଥିତ ଥିବାବେଳେ ଉପ ଜିଲ୍ଲାପାଳ ଭବତାରଣ ସାହୁ ସଭାକାର୍ଯ୍ୟ ପରିଚାଳନା ସହ ପ୍ରକଳ୍ପ ସଂକ୍ରାନ୍ତୀୟ ସମସ୍ତ ସୂଚନା ବୈଠକରେ ପ୍ରଦାନ କରିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details