ପୁରୀ:ରାସ୍ତାକଡରୁ ମିଳିଲା ନର କଙ୍କାଳ । ପୁରୀ ଭୁବନେଶ୍ବର 316 ନମ୍ବର ଜାତୀୟ ରାଜପଥ ତେଇଶିପୁର ନିକଟ ପେଟ୍ରୋଲ ପମ୍ପ ସମ୍ମୁଖ ଏକ ଘରୋଇ ଜମିରୁ ନର କଙ୍କାଳ ଉଦ୍ଧାର ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ରାସ୍ତାକଡରୁ ମିଳିଲା ନରକଙ୍କାଳ, ତଦନ୍ତ ଆରମ୍ଭ - ପୁରୀରୁ ମିଳିଲା ନର କଙ୍କାଳ
316 ନମ୍ବର ଜାତୀୟ ରାଜପଥ ତେଇଶିପୁର ନିକଟ ପେଟ୍ରୋଲ ପମ୍ପ ସମ୍ମୁଖ ଏକ ଘରୋଇ ଜମିରୁ ନର କଙ୍କାଳ ଉଦ୍ଧାର । ଅଧିକ ପଢନ୍ତୁ
ରାସ୍ତାକଡରୁ ମିଳିଲା ନର କଙ୍କାଳ:ପୋଲିସର ତନାଘନା
ରାସ୍ତାକଡରୁ ମିଳିଲା ନର କଙ୍କାଳ:ପୋଲିସର ତନାଘନା
ସୂଚନା ଅନୁସାରେ, ତେଇଶିପୁର ନିକଟ ପେଟ୍ରୋଲ ପମ୍ପ ସମ୍ମୁଖ ଏକ ଘରୋଇ ଜମି ବହୁଦିନ ହେବ ପଡ଼ିଆ ପଡ଼ିଥିଲା । ଏ ଜମିକୁ ଜେସିବି ଦ୍ଵାରା ସଫା କରୁଥିବା ବେଳେ ଏହି ମଣିଷ କଙ୍କାଳଟି ପଡ଼ିଥିବା ଦେଖିବାକୁ ମିଳିଥିଲା । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନର କଙ୍କାଳ କିପରି ଆସିଲା ସେନେଇ ଲୋକଙ୍କ ଭିତରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଇଟିଭି ଭାରତ, ପୁରୀ