ଓଡିଶା

odisha

ETV Bharat / city

କୋଭିଡ ଗାଇଡ଼ଲାଇନ ପାଳନ କରି ପୁରୀରେ ଖୋଲିଲା ହୋଟେଲ - ଖୋଲିଲା ପୁରୀର ହୋଟେଲ

ଏଣିକି ରାଜ୍ୟରେ ଖୋଲି ପାରିବ ହୋଟେଲ , ବାର ଓ ରେଷ୍ଟୁରାଣ୍ଟ। ରାଜ୍ୟ ସରକାର ଏନେଇ ଜାରି କରିସାରିଛନ୍ତି ନିର୍ଦ୍ଦେଶନାମା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ହୋଟେଲ ଖୋଲିବା ପାଇଁ ପୁରୀରେ ବିଭିନ୍ନ ହୋଟେଲରେ ଏଭଳି ପ୍ରସ୍ତୁତି ଚାଲିଛି। ଅଧିକ ପଢନ୍ତୁ...

କୋଭିଡ ଗାଇଡ଼ଲାଇନ ପାଳନ କରି ଖୋଲିଲା ପୁରୀର ହୋଟେଲ
କୋଭିଡ ଗାଇଡ଼ଲାଇନ ପାଳନ କରି ଖୋଲିଲା ପୁରୀର ହୋଟେଲ

By

Published : Sep 4, 2020, 8:40 PM IST

ପୁରୀ: ଏଣିକି ରାଜ୍ୟରେ ଖୋଲି ପାରିବ ହୋଟେଲ , ବାର ଓ ରେଷ୍ଟୁରାଣ୍ଟ। ରାଜ୍ୟ ସରକାର ଏନେଇ ଜାରି କରିସାରିଛନ୍ତି ନିର୍ଦ୍ଦେଶନାମା । ତେବେ କୋଭିଡ ଗାଇଡ଼ଲାଇନକୁ କଡାକଡି ପାଳନ କରି ହୋଟେଲ, ବାର, ରେଷ୍ଟୁରାଣ୍ଟ ଖୋଲିବା ପାଇଁ କଡା ନିର୍ଦ୍ଦେଶ ରହିଛି। ସେପଟେ ହୋଟେଲ ଖୋଲିବା ନେଇ ନିର୍ଦ୍ଦେଶ ମିଳିବା ପରେ ଖୁସି ପ୍ରକଟ କରିଛନ୍ତି ହୋଟେଲ ମାଲିକ। କୋଭିଡ ଗାଇଡ଼ଲାଇନ ନିୟମ ଆଧାରରେ ହୋଟେଲ ଖୋଲିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।

କୋଭିଡ ଗାଇଡ଼ଲାଇନ ପାଳନ କରି ଖୋଲିଲା ପୁରୀର ହୋଟେଲ

ହୋଟେଲ ଭିତରେ ଚାଲିଛି ସାନିଟାଇଜ କାର୍ଯ୍ୟ । ମୁଖ୍ୟ ପ୍ରବେଶ ଦ୍ବାର ସମେତ ହୋଟେଲ ଭିତରେ ଥିବା ରେଷ୍ଟୁରାଣ୍ଟ, ରୁମ, ରିସେପସନ ସବୁ ସ୍ଥାନରେ କରାଯାଉଛି ସାନିଟାଇଜ। ହୋଟେଲ କର୍ମଚାରୀ ମଧ୍ୟ ମୁହଁରେ ମାସ୍କ ପିନ୍ଧି କରୁଛନ୍ତି ସମସ୍ତ କାର୍ଯ୍ୟ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ହୋଟେଲ ଖୋଲିବା ପାଇଁ ପୁରୀରେ ବିଭିନ୍ନ ହୋଟେଲରେ ଏଭଳି ପ୍ରସ୍ତୁତି ଚାଲିଛି ।

କୋଭିଡ ଗାଇଡ଼ଲାଇନ ଅନୁଯାୟୀ ଯେଉଁ ଗ୍ରାହକ ହୋଟେଲରେ ରହିବା ପାଇଁ ଆସିବେ, ସେହି ରୁମକୁ ନିୟମିତ ସାନିଟାଇଜ କରାଯିବ। ସେହିପରି ଖାଇବା ପାଇଁ ରେଷ୍ଟୁରାଣ୍ଟ ଗୁଡିକରେ ସାମାଜିକ ଦୂରତା ବାଜୟ ରଖିବାକୁ ଦୂରରେ ଟେବୁଲ ପକାଯାଉଛି। ତେବେ ହୋଟେଲ ଖୋଲିଥିଲେ ମଧ୍ୟ ଲୋକଙ୍କ ଭିତରେ ଭୟଥିବାରୁ ହୋଟେଲ ସ୍ବଭାବିକ ଚାଲିବା ପାଇଁ କିଛି ସମୟ ଲାଗିବ। ତେବେ ଲକଡାଉନରେ ଅନେକ କ୍ଷତି ସହିଥିବା ମାଲିକମାନେ କିଛି କ୍ଷତି ଭରଣା ହେବ ବୋଲି ଆଶା ରଖିଛନ୍ତି ।

ପୁରୀ ସହରରେ ରାଜ୍ୟର ସର୍ବାଧିକ ହୋଟେଲ ରହିଛି। 8 ଶହ ଅଧିକ ଛୋଟ ବଡ଼ ହୋଟେଲ ରହିଛି ପୁରୀରେ । ପର୍ଯ୍ୟଟକଙ୍କ ଆଗମନ ଉପରେ ଏହି ହୋଟେଲ ଶିଳ୍ପ ନିର୍ଭରଶୀଳ। ତେବେ କୋଭିଡ଼ କଟକଣା ଓ ଲକ ଡାଉନ ଯୋଗୁଁ ଦୀର୍ଘ 5 ମାସ ହେବ ପୁରୀରେ ହୋଟେଲ ବନ୍ଦ ରହିଥିଲା। ଅନେକ ଆର୍ଥିକ କ୍ଷତି ହେବା ସହ ହଜାର ହଜାର ହୋଟେଲ କର୍ମଚାରୀ ଜୀବିକା ହରାଇଥିଲେ। ତେବେ ରାଜ୍ୟ ସରକାର ହୋଟେଲ ଖୋଲିବା ନେଇ ନିଷ୍ପତ୍ତି ନେବା ପରେ ହୋଟେଲ ମାଲିକମାନେ ନିଜର ବ୍ୟବସାୟ ନେଇ ଏବେ ବେଶ ଆଶାବାଦୀ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details