ପୁରୀ: ପବିତ୍ର ଶାମ୍ବ ଦଶମୀ ଅବସରରେ ଅର୍କକ୍ଷେତ୍ର କୋଣାର୍କ-ଚନ୍ଦ୍ରଭାଗା ଚଳଚଞ୍ଚଳ ହୋଇଉଠିଛି । ସୂର୍ଯ୍ୟ ଉପାସକମାନେ ପ୍ରାତଃରୁ ଚନ୍ଦ୍ରଭାଗା ଠାରେ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଦୀପ ଦାନ ଦେବା ସହ ପୂଜାର୍ଚ୍ଚନା କରିଛନ୍ତି । ଏହି ତିଥିରେ ନିକଟସ୍ଥ ଅବଧୂତ ମଠରୁ ସୂର୍ଯ୍ୟ ରଥ ବାହାରି ଚନ୍ଦ୍ରଭାଗା ଠାରେ ପହଞ୍ଚିଥିଲା । ପରମ୍ପରା ଓ କିମ୍ବଦନ୍ତୀ ଅନୁସାରେ ଶାମ୍ବ ଦଶମୀ ଦିନ ଚନ୍ଦ୍ରଭାଗାଠାରେ ସ୍ନାନ କରି ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କ ଦର୍ଶନ କଲେ ପରିବାର ସଦସ୍ୟମାନଙ୍କ ଶରୀରରେ ଥିବା ରୋଗ ମୁକ୍ତ ହୋଇଥାଏ । ଏହାସହ ମନୋସ୍କାମନା ପୂରଣ ଓ ପରିବାରର ମଙ୍ଗଳ ହୋଇଥାଏ ବୋଲି ବିଶ୍ବାସ ରହିଛି ।
ପୌରାଣିକ କଥା ଅନୁସାରେ ଅଭିଶାପ ଯୋଗୁଁ ଶାମ୍ବ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲେ । କୁଷ୍ଠ ରୋଗରୁ ମୁକ୍ତ ହେବା ପାଇଁ ଶାମ୍ବ ନାରଦ ମୁନିଙ୍କ ଶରଣାପନ୍ନ ହୋଇଥଲେ । ସୂର୍ଯ୍ୟନାରାୟଣଙ୍କୁ ପୂଜା କଲେ କୁଷ୍ଠ ରୋଗରୁ ମୁକ୍ତହେବ ବୋଲି ଶାମ୍ବଙ୍କୁ ନାରଦ ମୁନି ପରାମର୍ଶ ଦେଇଥିଲେ ।