ଓଡିଶା

odisha

ETV Bharat / city

ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟର ହିନ୍ଦୀ ଅନୁବାଦ ଉନ୍ମୋଚିତ

ବ୍ୟାସଦେବଙ୍କ ଦ୍ବାରା ରଚିତ ସ୍କନ୍ଧ ପୁରାଣର ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟର ହିନ୍ଦୀ ଅନୁବାଦ ପୁସ୍ତକ ଉନ୍ମୋଚିତ ହୋଇଛି । ଗୋବର୍ଦ୍ଧନ ପୀଠରେ ଆୟୋଜିତ ଏକ ସମାରୋହରେ ଗଜପତି ମହାରାଜା ଦିବ୍ୟସିଂହ ଦେବ , ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ନ କୁମାର, ଜିଲ୍ଲାପାଳ ବଲୱନ୍ତ ସିଂ ପ୍ରମୁଖ ଏହି ଉତ୍ସଵରେ ଅତିଥି ଭାବେ ଯୋଗ ଦେଇଥିଲେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ

By

Published : Sep 10, 2019, 11:40 PM IST

ପୁରୀ: ବ୍ୟାସଦେବଙ୍କ ଦ୍ବାରା ରଚିତ ସ୍କନ୍ଧ ପୁରାଣର ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟର ହିନ୍ଦୀ ଅନୁବାଦ ପୁସ୍ତକ ଉନ୍ମୋଚିତ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ପ୍ରକାଶିତ ଏହି ଅନୁବାଦକୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଉନ୍ମୋଚନ କରିଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ଗୋବର୍ଦ୍ଧନ ପୀଠରେ ଆୟୋଜିତ ଏକ ସମାରୋହରେ ଗଜପତି ମହାରାଜା ଦିବ୍ୟସିଂହ ଦେବ , ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ନ କୁମାର, ଜିଲ୍ଲାପାଳ ବଲୱନ୍ତ ସିଂ ପ୍ରମୁଖ ଏହି ଉତ୍ସଵରେ ଅତିଥି ଭାବେ ଯୋଗ ଦେଇଥିଲେ ।

ପ୍ରଫେସର ଶ୍ରୀନିବାସ ଆଚାର୍ଯ୍ୟଙ୍କ ଦ୍ବାରା ଏହି ପୁସ୍ତକଟି ସଂସ୍କୃତରୁ ହିନ୍ଦୀ ଭାଷାରେ ଅନୁବାଦ ହୋଇଛି । ଆଗକୁ ଏହି ପୁସ୍ତକ ଇଂରାଜୀ ଓ ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ ହେବ ବୋଲି ଗଜପତି ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details