ଓଡିଶା

odisha

ବଡ ଏକାଦଶୀରେ ଅଲାରନାଥଙ୍କୁ ଦର୍ଶନ କଲେ ହବିଷ୍ୟାଳି

By

Published : Nov 15, 2021, 2:19 PM IST

ଆଜି କାର୍ତ୍ତିକ ମାସ ପଞ୍ଚୁକର ପ୍ରଥମ ଦିନ ବା ବଡ ଏକାଦଶୀ । ଏ ନେଇ ବ୍ରହ୍ମଗିରି ଅଲାରନାଥଙ୍କ ମନ୍ଦିରରେ ହବିଷ୍ୟାଳି ଓ ଭକ୍ତଙ୍କ ଭିଡ । ଅଧିକ ପଢନ୍ତୁ

ବଡ ଏକାଦଶୀରେ ଅଲାରନାଥଙ୍କୁ ଦର୍ଶନ କଲେ ହବିଷ୍ୟାଳି
ବଡ ଏକାଦଶୀରେ ଅଲାରନାଥଙ୍କୁ ଦର୍ଶନ କଲେ ହବିଷ୍ୟାଳି

ବ୍ରହ୍ମଗିରି:ଆଜି କାର୍ତ୍ତିକ ମାସ ପଞ୍ଚୁକର ପ୍ରଥମ ଦିନ ବା ବଡ ଏକାଦଶୀ । ଏନେଇ ପୁରୀ ବ୍ରହ୍ମଗିରି ଅଲାରନାଥଙ୍କ ମନ୍ଦିରରେ ହବିଷ୍ୟାଳି ଓ ଭକ୍ତଙ୍କ ଭିଡ ଜମିଛି । ଏଥି ସହ ଆଜି କାର୍ତ୍ତିକ ମାସର ଶେଷ ସୋମବାର ମଧ୍ୟ । ଭୋର ସମୟରେ ଦ୍ବାର ଫିଟାଯାଇ ଅଲାରନାଥଙ୍କ ନୀତି କାନ୍ତି ପରେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିଥିଲା ।

ବଡ ଏକାଦଶୀରେ ଅଲାରନାଥଙ୍କୁ ଦର୍ଶନ କଲେ ହବିଷ୍ୟାଳି

ଅନ୍ୟପଟେ ଆଜି ବଡ ଏକାଦଶୀ ହେତୁ ମଧ୍ୟାହ୍ନ ଧୂପ ପରେ ଚଳନ୍ତି ପ୍ରତିମାଙ୍କୁ ବାହୁ ବିଜେ କରାଇ ବେଢା ପରିକ୍ରମା କରାଯିବ। ଆଜି ପୁରୀ ଜଗନ୍ନାଥ ମନ୍ଦିରରେ ଦର୍ଶନ ବନ୍ଦ ଥିବାରୁ ଅଲାରନାଥଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗିଥିଲା ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details