ପୁରୀ: ଶାରଦୀୟ ଦୁର୍ଗାପୂଜା ଅବସରରେ ଶ୍ରୀକ୍ଷେତ୍ରରେ ପାଳିତ ହୁଏ ଗୁପ୍ତ ଗୁଣ୍ତିଚା ପରମ୍ପରା। ଶ୍ରୀଗୁଣ୍ତିଚା ଯାତ୍ରାରେ ମା ମହାଲକ୍ଷ୍ମୀଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥ ସାଙ୍ଗରେ ନେଇ ନଥିବାରୁ ଆଶ୍ବୀନ ମାସରେ ଏହି ଗୁପ୍ତ ଗୁଣ୍ଡିଚାର ଆୟୋଜନ ବୋଲି ଲୋକକଥା ରହିଛି। ତେବେ ଏହି ଗୁପ୍ତ ଗୁଣ୍ତିଚାରେ ଶ୍ରୀମନ୍ଦରରୁ ଦୁର୍ଗାମାଧବ ଏକ ଶୋଭାଯାତ୍ରାରେ ବାହାରି ଦୋଳମଣ୍ତପ ସାହିରେ ଥିବା ନାରାୟଣୀ ମନ୍ଦିରକୁ ଯାଇଥାନ୍ତି। ଶ୍ରୀକ୍ଷେତ୍ରରେ ଆଷାଢ଼ ମାସରେ ଶ୍ରୀଗୁଣ୍ତିଚା ପରେ ଆଶ୍ବୀନ ମାସରେ ଆଉ ଏକ ଗୁପ୍ତ ଗୁଣ୍ତିଚା ଯାତ୍ରାର ଆୟୋଜନ କରାଯାଇଥାଏ।
ପରମ୍ପରା ଅନୁସାରେ, ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହେବା ଦିନଠାରୁ ଏହି ଗୁପ୍ତ ଗୁଣ୍ତିଚା ଯାତ୍ରା ୧୬ଦିନ ଧରି ଅନୁଷ୍ଠିତ ହୋଇଥାଏ। ଲୋକକଥା ଅନୁଯାୟୀ ମହାଲକ୍ଷ୍ମୀ ଶ୍ରୀଗୁଣ୍ତିଚା ଯାତ୍ରାରେ ମହାପ୍ରଭୁଙ୍କ ସହ ଯାଇ ନଥିବାରୁ ଏହି ଗୁପ୍ତ ଗୁଣ୍ତିଚାର ଆୟୋଜନ କରାଯାଏ ବୋଲି କୁହାଯାଏ। ଅଭୀମାନିନୀ ମହାଲକ୍ଷ୍ମୀଙ୍କୁ ମନାଇବା ପାଇଁ ଏହି ଗୁପ୍ତ ଗୁଣ୍ତିଚାରେ ଦୁର୍ଗାମାଧବ ଏକ ଶୋଭାଯାତ୍ରାରେ ଶ୍ରୀମନ୍ଦିରରୁ ବାହାରି ଦୋଳମଣ୍ତପ ସାହିରେ ଥିବା ନାରାୟଣୀ ମନ୍ଦିରକୁ ଯାଇଥାନ୍ତି।