ଓଡିଶା

odisha

ETV Bharat / city

ଛାଡ଼ ହେଲା ଗୁଣ୍ଡିଚା ମନ୍ଦିର ପ୍ରବେଶ ଶୁଳ୍କ - ଗୁଣ୍ଡିଚା ମନ୍ଦିର ଖବର

ଏଣିକି ଶ୍ରୀଗୁଣ୍ଡିଚା ମନ୍ଦିରରେ ନିଶୁଳ୍କ ଦର୍ଶନ କରିବେ ଭକ୍ତ। ମନ୍ଦିର ଭିରତରୁ ଯିବା ପାଇଁ ଆଉ ଦେବାକୁ ପଡ଼ିବନି କୌଣସି ପ୍ରବେଶ ଶୁଳ୍କ। ଅଧିକ ପଢ଼ନ୍ତୁ...

Gundicha temple entrance fee waived
ଛାଡ଼ ହେଲା ଗୁଣ୍ଡିଚା ମନ୍ଦିର ପ୍ରବେଶ ଶୁଳ୍କ

By

Published : Feb 19, 2021, 9:51 PM IST

Updated : Feb 19, 2021, 9:56 PM IST

ପୁରୀ: ଏଣିକି ଶ୍ରୀଗୁଣ୍ଡିଚା ମନ୍ଦିରରେ ନିଶୁଳ୍କ ଦର୍ଶନ କରିବେ ଭକ୍ତ। ମନ୍ଦିର ଭିରତରୁ ଯିବା ପାଇଁ ଆଉ ଦେବାକୁ ପଡ଼ିବନି କୌଣସି ପ୍ରବେଶ ଶୁଳ୍କ। ଭକ୍ତଙ୍କ ପାଇଁ ନିଶୁଳ୍କ ସେବା ଓ ଦର୍ଶନକ ବ୍ୟବସ୍ଥା କରିବାକୁ ପରିଚାଳନା କମିଟି ନିଷ୍ପତି ନେଇଥିଲା। ପରିଚାଳନା ବୈଠକରେ ଅନୁଯାୟୀ ଆଜି(ଶୁକ୍ରବାର) ଏହି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ।

ଛାଡ଼ ହେଲା ଗୁଣ୍ଡିଚା ମନ୍ଦିର ପ୍ରବେଶ ଶୁଳ୍କ

ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବେଶ ପାଇଁ ପୂର୍ବରୁ ୨୦ ଟଙ୍କା ଲେଖାଏଁ ପ୍ରବେଶ ଶୁଳ୍କ ନେଉଥିଲେ ନିଲାମଧାରୀ । ତେବେ ଚଳିତ ବର୍ଷ ମାହାଲଗୁଡ଼ିକର ନିଲାମ ବନ୍ଦ କରାଯାଇଛି। ଖାଲି ଗୁଣ୍ଡିଚା ମନ୍ଦିର ନୁହେଁ, ନରେନ୍ଦ୍ର ପୁଷ୍ମରଣୀ, ରୋହିଣୀ କୁଣ୍ଡ, ଶ୍ରୀମନ୍ଦିର ମହାଲକ୍ଷ୍ମୀ ଭଣ୍ଡାର ରୋଷ ଦର୍ଶନୀ ମାହାଲ, ନୀଳାଚଳ ଉପବନ ଓ କୋଇଲି ବୈକୁଣ୍ଠ ଆଦି ମାହାଲଗୁଡିକର ନିଲାମ ବନ୍ଦ କରାଯାଇଛି । ଏହି ପଦକ୍ଷେପ ଦ୍ବାରା ଭକ୍ତମାନେ ସୁବିଧା ନିଶୁଳ୍କ ଦର୍ଶନ କରି ପାରିବେ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ।

୨୦୨୧-୨୨ ଆର୍ଥିକ ବର୍ଷରୁ ଏହାକୁ ବନ୍ଦ କରିବା ପାଇଁ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଏହି ନିଲାମ ବନ୍ଦ କରିବା ଯୋଗୁଁ ପ୍ରାୟ ୭ କୋଟି ଟଙ୍କାର ରାଜସ୍ବ ହାନି ହେବ। ତେବେ ଭକ୍ତଙ୍କ ସ୍ଵାର୍ଥକୁ ଗୁରୁତ୍ବ ଦେଇ ପଦକ୍ଷେପ ନେଇ ଥିବା ହେତୁ ଶ୍ରୀମନ୍ଦିର ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ଶ୍ରଦ୍ଧାଳୁ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 19, 2021, 9:56 PM IST

ABOUT THE AUTHOR

...view details