ପୁରୀ:ଟୋକିଓ ଅଲମ୍ପିକର ଚମତ୍କାର ପ୍ରଦର୍ଶନ କରି ପ୍ରଥମଥର ପାଇଁ ଅଲମ୍ପିକ ସେମିଫାଇନାରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଟିମ। ଏହି ପରିପ୍ରେକ୍ଷୀରେ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିଥିବାବେଳେ ପୁରୀ ବେଳା ଭୂମିରେ ଆନ୍ତର୍ଜାତୀୟ ଖ୍ଯାତି ସମ୍ପନ୍ନ ବାଲୁକ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଭାରତୀୟ ମହିଳା ହକି ଟିମକୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ଅଲମ୍ପିକ ସଦୃଶ୍ୟର ଏକ ହକି ପଡିଆ ତିଆରି କରି ମହିଳା ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ସେ ।
ବାଲୁକା କଳାରେ ଭାରତୀୟ ମହିଳା ହକି ଟିମକୁ ଶୁଭେଚ୍ଛା - Tokyo Olympic 2021
ଟୋକିଓ ଅଲମ୍ପିକର ଚମତ୍କାର ପ୍ରଦର୍ଶନ କରି ପ୍ରଥମ ଥର ପାଇଁ ଅଲମ୍ପିକ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଟିମ। ବାଲୁକା କଳାରେ ଭାରତୀୟ ମହିଳା ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ମାନସ କୁମାର ସାହୁ । ଅଧିକ ପଢନ୍ତୁ...
ସେପଟେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟମରେ ପି. ଭି. ସିନ୍ଧୁଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି । ପି. ଭି ସିନ୍ଧୁ ପ୍ରଥମ ମହିଳା ଯେ କି ମହିଳା ସିଙ୍ଗଲ ବ୍ୟାଡମିଣ୍ଟନରେ ଭାରତ କୁ 2 ଥର ଅଲମ୍ପିକରେ ମେଡାଲ ଜିତିବାରେ ସକ୍ଷମ ହୋଇପାରିଛନ୍ତି | ତାଙ୍କୁ ସ୍ୱାଗତ ଜଣାଇ ଏବଂ ତାଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେବାପାଇଁ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି | ଏଥିରେ ସେ "Congrats to P. V. Sindhu" ର ବାର୍ତ୍ତା ଦେଇଛନ୍ତି | ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ 7 ଘଣ୍ଟା ସମୟ ଲାଗିଥିଲା।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ