ପୁରୀ: ଚଳିତ ବର୍ଷ ରଥଯାତ୍ରାରେ ହେବ ଗ୍ରୀନ କରିଡ଼ର । ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ମେଡିକାଲ ଯାଏଁ ଏହି କରିଡ଼ର ରହିବ । ବଡଦାଣ୍ଡରେ ଗ୍ରୀନ କରିଡ଼ରକୁ ନେଇ ହେଲା ମକଡ୍ରିଲ୍ । ରଥଯାତ୍ରାରେ କୌଣସି କାରଣରୁ ଅସୁସ୍ଥ ହେଉଥିବା ଭକ୍ତଙ୍କୁ ମେଡିକାଲ ନେବାରେ ଏହି କରିଡ଼ର ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି ।
Rathayatra 2022: ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ମେଡିକାଲ ଯାଏଁ ହେବ ଗ୍ରୀନ କରିଡ଼ର - ରଥଯାତ୍ରା ୨୦୨୨
ଚଳିତ ବର୍ଷ ରଥଯାତ୍ରାରେ ବଡଦାଣ୍ଡରେ ହେବ ଗ୍ରୀନ କରିଡ଼ର । ଭିଡ଼ ମଧ୍ୟରେ କୌଣସି ଅଘଟଣ ଘଟିଲେ ଘଟଣାସ୍ଥଳକୁ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ଏହି ଗ୍ରୀନ କରିଡ଼ର ହେବ । ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ମେଡିକାଲ ଯାଏଁ ରହିବ ଏହି କରିଡ଼ର । ଅଧିକ ପଢ଼ନ୍ତୁ
Rathayatra 2022: ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ମେଡିକାଲ ଯାଏଁ ହେବ ଗ୍ରୀନ କରିଡ଼ର
ଦୀର୍ଘ ୨ବର୍ଷ ପରେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଏଥର ବଡ଼ଦାଣ୍ଡରେ ୧୦ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ତେବେ ବହୁତ ଭିଡ଼ ମଧ୍ୟରେ କୌଣସି ଅଘଟଣ ଘଟିଲେ ଘଟଣାସ୍ଥଳକୁ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ଗ୍ରୀନ କରିଡ଼ର ହେବ । ଏନେଇ ମକଡ୍ରିଲରେ ବିଭିନ୍ନ ସ୍ଥାନରୁ ଆସିଥିବା ସ୍ଵେଚ୍ଛାସେବୀ ସାମିଲ ହୋଇଥଲେ । ଚଳିତ ବର୍ଷ ଗ୍ରୀନ କରିଡ଼ରରେ ୩୬ଟି ସଂଗଠନ ଯୋଗ ଦେବେ ବୋଲି ସୂଚନା ମିଳିଛି ।
ଇଟିଭି ଭାରତ, ପୁରୀ