ପୁରୀ: ରଥଯାତ୍ରା ସମୟରେ କଟକଣା ଉଲ୍ଲଙ୍ଘନ କରିବା ପଡିଲା ମହଙ୍ଗା । ଛାତ ଉପରେ ଠିଆ ହୋଇ ରଥଯାତ୍ରା ଦେଖିବା ନେଇ ସିଲ୍ ହେଲା ଲଜ । ରଥଯାତ୍ରାରେ ପ୍ରଶାସନ ପକ୍ଷରୁ ଜାରି କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ପୁରୀରେ ଗଙ୍ଗା ନାମକ ଏକ ଲଜ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନିଆଯାଇଛି । ବଳଗଣ୍ଡି ଛକରେ ଥିବା ଗଙ୍ଗା ଲଜ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ଉକ୍ତ ଲଜକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ସିଲ୍ କରାଯାଇଛି ।
ଛାତ ଉପରୁ ରଥଯାତ୍ରା ଦେଖିବା ପ୍ରସଙ୍ଗ, ସିଲ୍ ହେଲା ଲଜ
ରଥଯାତ୍ରା ସମୟରେ କଟକଣା ଉଲ୍ଲଙ୍ଘନ କରିବା ପଡିଲା ମହଙ୍ଗା । ଛାତ ଉପରେ ଠିଆ ହୋଇ ରଥଯାତ୍ରା ଦେଖିବା ଅଭିଯୋଗରେ ସିଲ୍ ହେଲା ବଡଦାଣ୍ଡସ୍ଥିତ ଲଜ । ଅଧିକ ପଢନ୍ତୁ...
ଛାତ ଉପରୁ ରଥଯାତ୍ରା ଦେଖିବା ପ୍ରସଙ୍ଗ, ସିଲ୍ ହେଲା ଲଜ
ଏହାକୁ ମଧ୍ୟ ପଢନ୍ତୁ:ପୁରୀ ପ୍ରଶାସନର ଭେଦଭାବ ! ବାହାର ଭକ୍ତ ବାଲକୋନିରୁ ଦେଖିଲେ ରଥଯାତ୍ରା
ସୂଚନାଥାଉ କି, ବଡଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ଘରର ଛାତ ଉପରୁ ରଥଯାତ୍ରା ଦେଖିବା ନେଇ ରୋକ୍ ଲଗାଯାଇଥିଲା । ମାତ୍ର ରଥଯାତ୍ରା ଦିନ ଗଙ୍ଗା ଲଜର ଛାତ ଉପରେ ଲୋକମାନେ ବସି ରଥଯାତ୍ରା ଦେଖିଥିଲେ । ପରେ ଏନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ସହ କ୍ଷୋଭ ପ୍ରକାଶ ପାଇଥିଲା । ଯାହାପରେ ଆଜି(ବୁଧବାର) ଉକ୍ତ ଲଜ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଏହାକୁ ସିଲ୍ କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ