ଓଡିଶା

odisha

ETV Bharat / city

ଶ୍ରୀମନ୍ଦିର ପରିଚଳନା କମିଟି ବୈଠକ ଅନୁଷ୍ଠିତ - ପୁରୀ ଖବର

ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ପରିଚଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାସହ ଶ୍ରୀମନ୍ଦିର ଭିତରେ ଆଉ କ'ଣ ବିକାଶ ମୂଳକ କାର୍ଯ୍ୟ ହୋଇ ପାରିବ ସେନେଇ ରିପୋର୍ଟ ଦେବାକୁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ(ASI)କୁ କୁହାଯାଇଛି। ଅଧିକ ପଢନ୍ତୁ...

ଶ୍ରୀମନ୍ଦିର ପରିଚଳନା କମିଟି ବୈଠକ ଅନୁଷ୍ଠିତ
ଶ୍ରୀମନ୍ଦିର ପରିଚଳନା କମିଟି ବୈଠକ ଅନୁଷ୍ଠିତ

By

Published : Feb 5, 2020, 2:27 PM IST

Updated : Feb 5, 2020, 7:09 PM IST

ପୁରୀ: ବୁଧବାର ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜିତ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମନ୍ଦିରର କର୍ପସ ଫଣ୍ଡ ଓ ଫାଉଣ୍ଡେସନ ଫଣ୍ଡ ଏଣିକି ଜାତୀୟକରଣ ବ୍ୟାଙ୍କରେ ରହିବ। ଯେଉଁ ଜାତୀୟକରଣ ବ୍ୟାଙ୍କ ଅଧିକ ସୁଧ ପ୍ରଦାନ କରିବ ଆସନ୍ତା ଆର୍ଥିକ ବର୍ଷରୁ ସେହି ବ୍ୟାଙ୍କରେ ଟଙ୍କା ଜମା ହେବ। ଫଳରେ ମହାପ୍ରଭୁଙ୍କ ଅର୍ଥ ସୁରକ୍ଷିତ ରହିବ ବୋଲି ଆୟୋଜିତ ବୈଠକରେ କୁହାଯାଇଛି ।

ସେହିପରି ଏଣିକି ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଥିବା ବିଭିନ୍ନ ସ୍ଥଳୀକୁ ନିଲାମ କରାଯିବ ନାହିଁ। ଫଳରେ ଭକ୍ତ ଏହି ଜାଗା ବୁଲି ପାରିବେ। କୋଇଲି ବୈକୁଣ୍ଠ , ଶ୍ରୀମନ୍ଦିର ଭିତରେ ଦୀପ ଦୋକାନ ନିଲାମ ବ୍ୟବସ୍ଥା ବନ୍ଦ ହେବ। ସେହିପରି ଅଦିନିଆ ରଥଯାତ୍ରା ବନ୍ଦ ନେଇ ଇସ୍କନକୁ ଗଜପତି ମହାରାଜଙ୍କ ଲିଖିତ ଏକ ଚିଠି ପଠାଯିବା ସହ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ। ଯେଉଁଥିରେ ସରକାର ଅଦିନିଆ ରଥଯାତ୍ରା ଆୟୋଜନ ବନ୍ଦ ନେଇ ବ୍ୟବସ୍ଥା କରିବେ।

ଇସ୍କନ ସହିତ ସମସ୍ତ ଆଲୋଚନା ସରିଥିବା ବେଳେ ଆଗାମୀ ଦିନରେ ଅଦିନିଆ ରଥଯାତ୍ରା ଅୟୋଜନ ନକରିବା ନେଇ ଇସ୍କନ ପ୍ରତିଶ୍ରୃତି ଦେଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜଣାଇଛନ୍ତି। ସେହିପରି ଚଳିତ ବର୍ଷ ନାଗାର୍ଜୁନ ବେଶ ପଡିଥିବା ହେତୁ ତାହାର ପ୍ରସ୍ତୁତି ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ଶ୍ରୀମନ୍ଦିର ପରିଚଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି।

ଶ୍ରୀମନ୍ଦିର ପରିଚଳନା କମିଟି ବୈଠକ ଅନୁଷ୍ଠିତ,ଜାତୀୟକରଣ ବ୍ୟାଙ୍କରେ ଡିପୋଜିଟ ହେବ ମହାପ୍ରଭୁଙ୍କ ଟଙ୍କା

ଏହାସହ ଶ୍ରୀମନ୍ଦିର ଭିତରେ ଆଉ କ'ଣ ବିକାଶମୂଳକ କାର୍ଯ୍ୟ ହୋଇ ପାରିବ ସେନେଇ ରିପୋର୍ଟ ଦେବାକୁ ASIକୁ କୁହାଯାଇଛି । ଶ୍ରୀଜଗନ୍ନାଥଙ୍କ ଖଣିଜ ସମ୍ପଦ ଜମି ସୁରକ୍ଷା ନେଇ ଓଡିଶା ଖଣି ନିଗମ(ଓଡିଶା ମାଇନିଂ କର୍ପୋରେସନ) ସହିତ ମିଶି ସୁରକ୍ଷା କରାଯିବ। ଶ୍ରୀମନ୍ଦିର ସୁରକ୍ଷା ଜୋନର ସମସ୍ତ ଅଧିଗ୍ରହଣ ଜମି ଶ୍ରୀମନ୍ଦିର ପ୍ରଶାସନକୁ ରାଜ୍ୟ ସରକାର ହସ୍ତାନ୍ତର କରିଥିବା ହେତୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି।

ଚଳିତ ବର୍ଷର ଶ୍ରୀମନ୍ଦିର ପାଇଁ ବଜେଟ ବ୍ୟବସ୍ଥା ,ଶ୍ରୀମନ୍ଦିର ସଂସ୍କାର କିଭଳି ଭଲରେ ହୋଇପାରିବ ସେନେଇ ମଧ୍ୟ ଆଲୋଚନା ହୋଇଛି। ସେବାୟତ ସ୍ବାସ୍ଥ୍ୟ ବୀମା ରାଶିକୁ ଏକ ଲକ୍ଷରୁ 5 ଲକ୍ଷ ଟଙ୍କା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଛି। ଆଜିର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗଜପତି ମହାରାଜ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ , ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 5, 2020, 7:09 PM IST

ABOUT THE AUTHOR

...view details