ପୁରୀ:କୋରୋନା ସଂକ୍ରମଣରେ ସଂକ୍ରମିତ ହେଲେ ଗଜପତି ମହାରାଜା । ଆସନ୍ତାକାଲି ସେ ଶ୍ରୀମନ୍ଦିରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ବାଗତ କରି ପାରିବେ ନାହିଁ । ଶନିବାର ଶ୍ରୀକ୍ଷେତ୍ର ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହାପୂର୍ବରୁ ଆଜି ଗଜପତି ମହାରାଜା ନିଜର RTPCR ଟେଷ୍ଟ କରାଇଥିଲେ । ତେବେ ମହାରାଜାଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାକୁ ନେଇ ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।
ମହାରାଜାଙ୍କ ନିକଟରେ କୌଣସି କୋଭିଡ ଲକ୍ଷଣ ନାହିଁ । ସେ କୌଣସି ଅସୁସ୍ଥତା ମଧ୍ୟ ଅନୁଭବ କରୁନାହାନ୍ତି । ତେବେ କୋଭିଡ ପଜିଟିଭ ରିପୋର୍ଟ ଆସିବା ପରେ ସେ ୭ ଦିନ ସଂଗରୋଧରେ ରହିବେ । ଏଥିପାଇଁ ଆସନ୍ତାକାଲି(ଶନିବାର) ରାଷ୍ଟ୍ରପତିଙ୍କ ସ୍ବାଗତ କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ ନାହିଁ । ରାଷ୍ଟ୍ରପତି ଶ୍ରୀକ୍ଷେତ୍ରରେ ୪୫ ମିନିଟ ବିତାଇବେ ।