ପୁରୀ: ବଡ ଦେଉଳରେ ବିରାଜିତ କଳାଶ୍ରୀମୁଖ । ନିରାକାର ବ୍ରହ୍ମଙ୍କ ନିତ୍ୟ ଲୀଳା କ୍ଷେତ୍ର ରୂପେ ପରମ ପବିତ୍ର । ମହାପ୍ରଭୁଙ୍କ ଦର୍ଶନ ମହାପୁଣ୍ୟକର । ଏହି ଶ୍ରୀକ୍ଷେତ୍ର, ଶ୍ରୀଧାମ, ନୀଳଶୈଳକୁ ପ୍ରବେଶ କରିବା ପାଇଁ ରହିଛି ଚାରିଦ୍ବାର । ଏହି ଦ୍ବାରର ମହାତ୍ମ୍ୟ ନିଗୁଢ ତତ୍ତ୍ବରେ ଆଚ୍ଛନ୍ନ । ସିଂହଦ୍ବାର, ଅଶ୍ବଦ୍ବାର, ବ୍ୟାଘ୍ର ଦ୍ବାରା ଓ ହସ୍ତୀ ଦ୍ବାର । ମନ୍ଦିର ସ୍ବର୍ଗଧାମ ହେଲେ ଏହାର ତୋରଣ ବା ଦ୍ବାର ଧର୍ମ ଅର୍ଥ, କାମ ମୋକ୍ଷ ଭାବରେ ପ୍ରତିଷ୍ଠିତ । ମନ୍ଦିର ପ୍ରବେଶ ନେଇ କେଉଁଦ୍ବାରରେ କେଉଁମାନେ ପ୍ରବେଶ କରିବେ ସେ ନେଇ ରହିଛି ଅନେକ କଥାବସ୍ତୁ,ଅନେକ ଇତିହାସ । ଏନେଇ ଦେଖନ୍ତୁ ଆମର ଏହି ସ୍ବତନ୍ତ୍ର ଉପସ୍ଥାପନା...
ସିଂହଦ୍ବାର
ବଡ ଦେଉଳକୁ ପ୍ରବେଶ କରିବାର ମୁଖ୍ୟ ଦ୍ବାର ସିଂହ ଦ୍ବାର । ସିଂହ ଭଗବାନଙ୍କ ଧର୍ମ ସଂସ୍ଥାପନାର ଏକ ବିଶେଷ ଅବତାରର ସ୍ବରୁପ ଓ ଧର୍ମର ଉଦୟ କାରଣରୁ ପୂର୍ବଦ୍ବାରକୁ ସିଂହ ଦ୍ବାର କୁହାଯାଏ । ଏହି ଦ୍ବାର ଦେଇ ଭକ୍ତ, ଶ୍ରଦ୍ଧାଳୁ , ଆଦିଗୁରୁ ଶଙ୍କରାଚାର୍ଯ୍ୟ ପ୍ରବେଶ କରିଥାନ୍ତି । ପ୍ରଧାନତଃ ଏହା ଭକ୍ତି ଦ୍ବାର ଭାବେ ଅବିହିତ ।
ଦକ୍ଷିଣଦ୍ବାର
ବିଜୟ ମାର୍ଗ ଦକ୍ଷିଣ ପଥ, ଅଶ୍ବ ଦ୍ବାର । ଏହି ଦ୍ବାର ବିଜୟର ପ୍ରତୀକ । ଦିଗବିଜୟ ପାଇଁ ଏହି ଦ୍ବାରରେ ମହାରାଜା ପ୍ରବେଶ କରିଥାନ୍ତି । ମହାରାଜ ଦିଗବିଜୟ ଅଭିଲିପ୍ସା ରଖି ଏହି ଦ୍ବାର ଦେଇ ଶ୍ରୀମନ୍ଦିରେ ପ୍ରବେଶ କରିଥାନ୍ତି ।