ପୁରୀ:ପୁଣି ଥରେ ରାଜ୍ୟ ସମ୍ମୁଖିନ ହେବାକୁ ଯାଉଛି ସାମୁଦ୍ରିକ ଝଡ ‘ବାତ୍ୟା ଜୱାଦ’ । ବଙ୍ଗୋପସାଗର (Bay of Bengal ) ରେ ବଳ ଗୋଟାଇ ଆନ୍ଧ୍ର-ଓଡିଶା ଉପକୂଳକୁ ମୁହାଁଉଛି ଜୱାଦ (Cyclone Jawad) । ଏହା ଆସନ୍ତାକାଲି ବିଶାଖାପାଟଣା ରୁ ଓଡିଶାର ଗୋପାଳପୁର(Visakhapatnam to Gopalpur Odisha) ମଧ୍ୟରେ ଆସି ରବିବାର ମଧ୍ୟାହ୍ନରେ ପୁରୀ ଉପକୂଳରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ।
ଫଳରେ ପୁଣି ଥରେ ରାଜ୍ୟର ଉପକୂଳ ତଥା ପୁରୀରେ ବାତ୍ୟା ଲ୍ୟାଣ୍ଡଫଲ ଆକଳଣ ପାଣିପାଗ ବିଭାଗ କରିବା ପରେ ରାଜ୍ୟ ସରକାର ମୁକାବିଲା ପାଇଁ ପୁରା ମେଗା ପ୍ରସ୍ତୁତି କରିଦେଇଛନ୍ତି । ଉପକୂଳ ଜିଲ୍ଲା ଗୁଡିକରେ ହେଉଥିବା ବା 6 ତାରିଖ ମଧ୍ୟରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମକୁ ବନ୍ଦ କରିଦିଆଯାଇଛି ।