ଓଡିଶା

odisha

ଶ୍ରୀମନ୍ଦିର ସର ଘରେ ଲାଗିଲା ନିଆଁ

By

Published : Aug 7, 2022, 7:13 AM IST

ଶ୍ରୀମନ୍ଦିର ସର ଘରେ ଲାଗିଲା ନିଆଁ । ନିଆଁକୁ ଆୟତ୍ତ କଲେ ସେବକ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ସର ଘରେ ଲାଗିଲା ନିଆଁ
ଶ୍ରୀମନ୍ଦିର ସର ଘରେ ଲାଗିଲା ନିଆଁ

ପୁରୀ:ଶ୍ରୀମନ୍ଦିରରେ ପୁଣି ଅଘଟଣ । ଶ୍ରୀମନ୍ଦିର ରୋଷ ଘର ନିକଟ 'ସର ଘର'ରେ ଲାଗିଲା ନିଆଁ (Fire breaks out at Sara Ghara)। ଏହି ଅଗ୍ନିକାଣ୍ଡରେ ମହାପ୍ରସାଦ ରନ୍ଧନ ପାଇଁ ଥିବା କିଛି ସାମଗ୍ରୀ ପୋଡ଼ି ଯାଇଛି । ସେଠାରେ ଉପସ୍ଥିତ ଥିବା ସେବକମାନେ ନିଆଁକୁ ଆୟତ୍ତ କରିଛନ୍ତି । ଯାହାଫଳରେ ଅଧିକ କ୍ଷୟକ୍ଷତି ଘଟିନାହିଁ । ଶନିବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।

କିପରି ସର ଘରେ ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । ତଥାପି ରୋଷ ଘରୁ ବାହାରିଥିବା ଅଙ୍ଗାର ସର ଘର ପାଖରେ ଥିବାବେଳେ ସେହି ଅଙ୍ଗାରରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ସେବାକମାନେ ତୁରନ୍ତ ନିଆଁକୁ ଆୟତ୍ତ କରିବାକୁ ଏକ ବଡ ଅଘଟଣ ଟଳିଯାଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details