ଓଡିଶା

odisha

ETV Bharat / city

କଟକଣା ଖିଲାପ କରି ରଥଯାତ୍ରା ଦେଖିବା ପ୍ରସଙ୍ଗ, ଦୋଷୀଙ୍କ ବିରୁଦ୍ଧରେ ଏତଲା - ରଥଯାତ୍ରା କର୍ଫ୍ୟୁ ଉଲ୍ଲଙ୍ଘନକାରୀଙ୍କ ନାଁରେ ଏତଲା

କଟକଣା ଉଲ୍ଲଙ୍ଘନ କରି ରଥଯାତ୍ରା ଦେଖିବା ପ୍ରସଙ୍ଗ । ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଏତଲା ଦାୟର କଲା ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଙ୍ଘ । ଅଧିକ ପଢନ୍ତୁ...

କଟକଣା ଖିଲାପ କରି ରଥଯାତ୍ରା ଦେଖିବା ପ୍ରସଙ୍ଗ, ଦୋଷୀଙ୍କ ବିରୁଦ୍ଧରେ ଏତଲା
କଟକଣା ଖିଲାପ କରି ରଥଯାତ୍ରା ଦେଖିବା ପ୍ରସଙ୍ଗ, ଦୋଷୀଙ୍କ ବିରୁଦ୍ଧରେ ଏତଲା

By

Published : Jul 13, 2021, 6:24 PM IST

ପୁରୀ: ମହାମାରୀକୁ ଦୃଷ୍ଟିରେ ରଖି ରଥଯାତ୍ରା ପାଇଁ ପୁରୀରେ କର୍ଫ୍ୟୁ ଲାଗିଥିଲା । ଏପରିକି ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ଘର ଛାତ ଉପରୁ ରଥଯାତ୍ରା ଦେଖିବା ଉପରେ ମଧ୍ୟ ରୋକ୍ ଲଗାଯାଇଥିଲା । ହେଲେ କଟକଣାକୁ ଉଲ୍ଲଙ୍ଘନ କରି ଅନେକ ବ୍ୟକ୍ତି ତଥା ଅଣସେବାୟତ ମହାପ୍ରଭୁଙ୍କ ରଥ ଟାଣିବା ସହ ଛାତ ଉପରୁ ରଥଯାତ୍ରା ଦେଖିଛନ୍ତି । ଯାହାକୁ ବିରୋଧ କରି ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି । ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଙ୍ଘ ଦୋଷୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବିରେ ସିଂହଦ୍ବାର ଥାନାରେ ଏହି ଏତଲା ଦାୟର କରିଛି । ଏଥିସହ ପୋଲିସ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବା ସଙ୍ଗେ ସଙ୍ଗେ ସୁପ୍ରିମକୋର୍ଟକୁ ମାମଲା ଯିବ ବୋଲି ସଙ୍ଘ ଚେତାବନୀ ଦେଇଛି ।

କଟକଣା ଖିଲାପ କରି ରଥଯାତ୍ରା ଦେଖିବା ପ୍ରସଙ୍ଗ, ଦୋଷୀଙ୍କ ବିରୁଦ୍ଧରେ ଏତଲା

ଯେତେବେଳେ ପୁରୀ ସହରବାସୀ କଟକଣା ଅନୁପାଳନ ପୂର୍ବକ ରଥଯାତ୍ରାରେ ସାମିଲ ହେଲେ ନାହିଁ ଏବଂ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କଲେ ସେତେବେଳେ ପ୍ରଶାସନ ପକ୍ଷରୁ ଏଭଳି ଦୋମୁହାଁ ନୀତି ଜମା ବରଦାସ୍ତ କରାଯିବ ନାହିଁ ବୋଲି କହିଛି ଯୁବ ଅଧିବକ୍ତା ସଙ୍ଘ । କେଉଁ ପରିସ୍ଥିତିରେ କାହାକୁ ରଥଯାତ୍ରା ପାସ୍ ଦିଆଗଲା ପ୍ରଶାସନ ତୁରନ୍ତ ସ୍ପଷ୍ଟୀକରଣ ଦେବାକୁ ସଙ୍ଘ ଦାବି କରିଛି । ବିନା କୋଭିଡ ଟେଷ୍ଟରେ ବାହାର ରାଜ୍ୟ ବ୍ୟକ୍ତି ରଥଯାତ୍ରାରେ ସାମିଲ ହୋଇଥିବା ବେଳେ ପୁରୀରେ କୋଭିଡ ବ୍ୟାପିଲେ କିଏ ଦାୟୀ ରହିବ ବୋଲି ଯୁବ ଅଧିବକ୍ତା ସଙ୍ଘ ପ୍ରଶ୍ନ କରିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details