ପୁରୀ: ଅନଲାଇନ ସପିଂ ଆମାଜନରେ ଶ୍ରୀମନ୍ଦିରର ନିର୍ମାଲ୍ୟ ବିକ୍ରିକୁ ବିରୋଧ କରାଯାଇଛି । ଏନେଇ ପୁରୀ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି । ସେବାୟତ ସମ୍ବୁନାଥ ଖୁଣ୍ଟିଆ ଏନେଇ ଆମାଜନ ବିରୋଧରେ ଏତଲା ଦେଇଛନ୍ତି ।
ସେ ଅଭିଯୋଗ କରିଛନ୍ତି ଯେ, ‘ଯେଉଁଭଳି ଅନଲାଇନରେ ମହାପ୍ରଭୁଙ୍କ ନାଁରେ ବେପାର ଚାଲିଛି ଏହା ଠିକ ନୁହେଁ । ଶ୍ରୀମନ୍ଦିର ପ୍ରଶାସନ ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିରର କୌଣସି ସାମଗ୍ରୀ ଅନଲାଇନରେ ବିକ୍ରୀ ନେଇ ନିଷ୍ପତ୍ତି ନେଇନାହିଁ ।’ ସେହିପରି ନିର୍ମାଲ୍ୟ ଭଲି ମହାପ୍ରସାଦ ଅନଲାଇନରେ ବିକ୍ରି ଠିକ ନୁହେଁ । କିଏ କେଉଁ ପରିସ୍ଥିତିରେ କିଭଳି ଢଙ୍ଗରେ ନିର୍ମାଲ୍ୟ ବିକ୍ରି କରୁଛି ତାହା ତଦନ୍ତ ସାପେକ୍ଷ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି ।