ଓଡିଶା

odisha

ETV Bharat / city

ସ୍ମାର୍ଟ ହେବେ ଛାତ୍ରଛାତ୍ରୀ: ଦିଆଯାଉଛି ସ୍ମାର୍ଟ ଶିକ୍ଷା - fecdo teaches student

ଉନ୍ନତ ଜ୍ଞାନ କୌଶଳ ସହ ଶିକ୍ଷା ଦେବା ପାଇଁ ନିଆରା ପ୍ରୟାସ ଆରମ୍ଭ ହୋଇଛି । ଯାହା ଆରମ୍ଭ କରିଛି ଫେଡକୋ ।

ଡିଜାଇନ ଫଟୋ

By

Published : Sep 13, 2019, 3:19 PM IST

Updated : Sep 13, 2019, 3:50 PM IST

ଭୁବନେଶ୍ବର: ଛାତ୍ରଛାତ୍ରୀ ଉନ୍ନତ ଜ୍ଞାନ କୌଶଳ ସହ ଶିକ୍ଷା ଦେବା ପାଇଁ ନିଆରା ପ୍ରୟାସ ଆରମ୍ଭ କରିଛି ଫିଡ୍ ବ୍ୟାକ ଏନର୍ଜି ଡିଷ୍ଟ୍ରିବ୍ୟୁସନ କମ୍ପାନୀ( ଫେଡକୋ) । ଯାହାର ପ୍ରଭାବରେ ପାଠପଢା ପ୍ରତି ବଢିଛି ଛାତ୍ରଛାତ୍ରୀଙ୍କ ଆଗ୍ରହ । ସ୍ମାର୍ଟ ଶିକ୍ଷା ଅଭିଯାନରେ ଛାତ୍ରଛାତ୍ରୀଙ୍କୁ ଚିରାଚରିତ ଢଙ୍ଗ ସହ ଡିଜିଟାଲ ପଦ୍ଧତିରେ ପାଠ ପଢାଯାଉଛି ।

ଫଳରେ ପୁରୀ ସତ୍ୟବାଦୀ ବ୍ଲକରେ ସୁଆଣ୍ଡୋ ଗାଁରେ ଥିବା ଏକ ସରକାରୀ ବିଦ୍ୟାଳୟ ଆଦର୍ଶ ବିଦ୍ୟାଳୟରେ ପରିଣତ ହୋଇପାରିଛି । ଛାତ୍ରଛାତ୍ରୀଙ୍କୁ ଉନ୍ନତ ଜ୍ଞାନ କୌଶଳରେ ପାଠ ପଢାଯିବା ସହ ହସ୍ତକଳା, ଖେଳ କୁଦ ସମ୍ପର୍କରେ ତାଲିମ ଦିଆଯାଉଛି । ଫେଡକୋ କରିଥିବା ଏହି ଉଦ୍ୟମ ଫଳରେ ଆଉ ଅଧାରୁ ପାଠ ଛାଡୁ ନାହାନ୍ତି ପିଲାମାନେ । ବର୍ତ୍ତମାନ ସ୍କୁଲରେ ଶତ ପ୍ରତିଶତ ଉପସ୍ଥାପନ ହେବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ମୂଲ୍ୟବୋଧ ବଢିବାରେ ଲାଗିଛି । ଫେଡକୋର ଏହି ପ୍ରୟାସକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Sep 13, 2019, 3:50 PM IST

ABOUT THE AUTHOR

...view details