ଓଡିଶା

odisha

ETV Bharat / city

ବାତ୍ୟା ୟାସ'କୁ ନେଇ ଚାଷୀକୂଳ ଭୟଭୀତ - Natural disaster

ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀଙ୍କ ମନରେ ଛନକା । ବାତ୍ୟାରେ ଚାଷୀଙ୍କର ବ୍ୟାପକ କ୍ଷୟକ୍ଷତି ହେବା ପୂର୍ବରୁ ପଞ୍ଚାୟତର ଚାଷୀ ଜମିରୁ ଧାନ ଅମଳ କରୁଥିବାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ବାତ୍ୟା ୟାସ'କୁ ନେଇ ଚାଷୀକୂଳ ଭୟଭୀତ
ବାତ୍ୟା ୟାସ'କୁ ନେଇ ଚାଷୀକୂଳ ଭୟଭୀତ

By

Published : May 23, 2021, 8:50 PM IST

ପୁରୀ:ସମ୍ଭାବ୍ୟ ବାତ୍ୟା ୟାସ' ନେଇପାରେ ଅବପାତ ରୂପ । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାବେଳେ ବାତ୍ୟା ୟାସ' କୁ ନେଇ ଚାଷୀଙ୍କ ମନରେ ଛନକା ପଶିଲାଣି । କିଭଳି ଚାଷ ଜମିରୁ ଧାନ ଫସଲ ଅମଳ କରି ତାକୁ ସୁରକ୍ଷିତ ସ୍ଥାନରେ ରଖିବ, ସେ ନେଇ ଚିନ୍ତା ପ୍ରକଟ କରିଛି । ପୁରୀ ଜିଲ୍ଲା ପିପିଲି ବ୍ଲକର କୁଳଶେଖର ପାଟଣା, ମଙ୍ଗଳପୁର, ଦୁର୍ଗାଦାଶପୁର, ସହଜପୁର, ତେଇଶିପୁର ଆଦି ପଞ୍ଚାୟତରେ ହେକ୍ଟର ହେକ୍ଟର ପାଚିଲା ଧାନ ଏବେ ମଧ୍ୟ ଚାଷଜମିରେ ପଡି ରହିଥିବାବେଳେ ଅମଳ ପାଇଁ ଶ୍ରମିକ ମିଳୁନଥିବା ନେଇ ଅଭିଯୋଗ ଆଣିଛନ୍ତି ଚାଷୀ ।

ବାତ୍ୟା ୟାସ'କୁ ନେଇ ଚାଷୀକୂଳ ଭୟଭୀତ
ବାତ୍ୟା ୟାସ'କୁ ନେଇ ଚାଷୀକୂଳ ଭୟଭୀତ

ମହାମାରୀ କୋରୋନା ସମୟରେ ଏଭଳି ଦୈବୀ ଦୁର୍ବିପାକ ପୁଣି ଚାଷୀର ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରିଦେବ ବୋଲି ଚାଷୀ ଅଭିଯୋଗ ଆଣିଥିବାବେଳେ ବିଭିନ୍ନ ପଞ୍ଚାୟତର ଚାଷୀ ଜମିରୁ ଧାନ ଅମଳ କରୁଥିବାର ଦେଖିବାକୁ ମିଳିଛି ।

ସେପଟେ ଗତ 2019 ମେ' ମାସରେ ଫନି ବାତ୍ୟାରେ ଚାଷୀଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଚାଷୀ ତାର କଷ୍ଟ ଅର୍ଜିତ ବର୍ଷକର ଆହାରର କ୍ଷତି ମଧ୍ୟ ସହିଥିଲା । ଏପରିକି ଆଜି ପର୍ଯ୍ୟନ୍ତ ଫନି ବାତ୍ୟାର ସହାୟତା ଚାଷୀ ପାଇ ନଥିବାବେଳେ ପୁଣି ଥରେ ବାତ୍ୟା ୟାସ' ଚାଷୀ ସମସ୍ୟାକୁ ଦ୍ଵିଗୁଣିତ କରିଛି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details