ଓଡିଶା

odisha

ETV Bharat / city

ଖୋଲିଲା କୋଣାର୍କ ମନ୍ଦିର, ସରକାରଙ୍କ ନିୟମକୁ ଫଟୋଗ୍ରାଫର ଓ ଗାଇଡଙ୍କ ବିରୋଧ - Konark temple

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଅର୍କକ୍ଷେତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିର । କିନ୍ତୁ ଖୋଲିବାର କେଇ ଘଣ୍ଟା ନ ପୁରୁଣୁ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଧାରଣା ଦେଇଛନ୍ତି ଫଟୋଗ୍ରାଫର ଓ ଗାଇଡ । ଅଧିକ ପଢନ୍ତୁ...

Famous tourist place Konark open
ଖୋଲିଲା କୋଣାର୍କ ମନ୍ଦିର , ସରକାର ନିୟମକୁ ଫୋଟୋ ଗ୍ରାଫର ଓ ଗାଇଡଙ୍କ ବିରୋଧ

By

Published : Aug 2, 2021, 8:32 PM IST

ପୁରୀ: ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଅର୍କକ୍ଷେତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିର । କିନ୍ତୁ ଖୋଲିବାର କେଇ ଘଣ୍ଟା ନ ପୁରୁଣୁ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଧାରଣା ଦେଇଛନ୍ତି ଫଟୋଗ୍ରାଫର ଓ ଗାଇଡ । ଅଭିଯୋଗ ଦୀର୍ଘଦିନ ବ୍ୟବଧାନ ପରେ ମନ୍ଦିର ଖୋଲାଯାଇଥିଲେ ମଧ୍ୟ ଏହା ଉପରେ ନିର୍ଭର କରି ଚଳୁଥିବା ଫଟୋ ଗ୍ରାଫର ଓ ଗାଇଡଙ୍କୁ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଯାଇଛି କଟକଣା। ସେପଟେ ମନ୍ଦିର ଖୋଲିବା ପରେ ସରକାରଙ୍କ ନିଷ୍ପତ୍ତିକୁ କୋଣାର୍କ ସୁରକ୍ଷା ମଞ୍ଚ ସ୍ଵାଗତ କରିଥିବାବେଳେ କୋଣାର୍କ ମନ୍ଦିର ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ଲୋକଙ୍କୁ ଥଇଥାନ କରନ୍ତୁ ବୋଲି ଦାବି ରଖିଛନ୍ତି ।

ଖୋଲିଲା କୋଣାର୍କ ମନ୍ଦିର , ସରକାର ନିୟମକୁ ଫୋଟୋ ଗ୍ରାଫର ଓ ଗାଇଡଙ୍କ ବିରୋଧ

ଦୀର୍ଘଦିନର ବ୍ୟବଧାନ ପରେ ସୋମବାର ଠାରୁ ଖୋଲିଛି ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର। କୋଭିଡ ଗାଇଡଲାଇନରେ ଖୋଲାଯାଇଛି ବିଶ୍ଵ ଐତିହ୍ୟ ସୂର୍ଯ୍ୟ ମନ୍ଦିର । ସୂର୍ଯ୍ୟ ମନ୍ଦିରରେ ପ୍ରବେଶ କରିବା ପାଇଁ ଅନଲାଇନ ଟିକେଟ କରିବା ପରେ ପ୍ରବେଶ ପାଇଁ ଅନୁମତି ମିଳିବା ସହିତ ଦୈନିକ 2 ହଜାର ପର୍ଯ୍ୟଟକଙ୍କ ମନ୍ଦିର ପରିଦର୍ଶନ କରିବା ନେଇ ରଖାଯାଇଛି କଟକଣା । ପୂର୍ବାହ୍ନରେ ଏକ ହଜାର ଓ ଅପରାହ୍ନରେ ଏକ ହଜାର ପର୍ଯ୍ୟଟକ କୋଭିଡ ଗାଇଡ ଲାଇନରେ ମନ୍ଦିରରେ ପ୍ରବେଶ କରି କଳାକୃତି ଦେଖି ପାରିବାର ବ୍ୟବସ୍ଥା ଥିବା ବେଳେ ଗାଇଡ ଓ ଫଟୋ ଗ୍ରାଫରଙ୍କୁ ମନ୍ଦିର ପ୍ରବେଶ ନେଇ କଟକଣା ଜାରି କରାଯାଇଥିବାରୁ ପ୍ରଥମ ଦିନରୁ ଦେଖାଦେଇଛି ବିରୋଧ । ମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ । ଏପ୍ରିଲ 16 ତାରିଖ ଠାରୁ ବନ୍ଦ ରହିଥିବା ଏହି ସୂର୍ଯ୍ୟ ମନ୍ଦିର ଖୋଲିଥିଲେ ମଧ୍ୟ ମନ୍ଦିର ଭିତରକୁ ଗାଇଡ, ଫଟୋଗ୍ରାଫର ଓ ମିଡିଆକୁ ବାରଣ କରାଯାଇଥିବାବେଳେ ମନ୍ଦିର ସମ୍ମୁଖରେ ଥିବା ଦୋକାନୀକୁ ଦୋକାନ କରିବା ପାଇଁ ବାରଣ କରାଯାଇଛି । ଯାହାକୁ ବିରୋଧ କରିଛନ୍ତି ମନ୍ଦିର ଉପରେ ନିର୍ଭର କରି ଚଳି ଆସୁଥିବା ଗାଇଡ ଓ ଫଟୋ ଗ୍ରାଫର ।

ସରକାର ଆମ୍ଭମାନଙ୍କ ସମସ୍ୟା ବିଚାରକୁ ନିଅନ୍ତୁ ବୋଲି ଧାରଣାରତ ଗାଇଡ ଓ ଫଟୋ ଗ୍ରାଫର ଦାବି କରିଥିବାବେଳେ ମଙ୍ଗଳବାର ସୁଦ୍ଧା ସମସ୍ୟା ସମାଧାନ କରାଯିବା ପାଇଁ ସ୍ଥାନୀୟ ଅତିରିକ୍ତ ତହସିଲଦାର ଏମାନଙ୍କୁ ସମୟ ଲୋଡିଛନ୍ତି । ସେପଟେ ମନ୍ଦିରକୁ ପରିଦର୍ଶନରେ ଆସିଥିବା ଶହ ଶହ ପର୍ଯ୍ୟଟକ ପୂର୍ବାହ୍ନରେ ମନ୍ଦିର ସମ୍ମୁଖରେ ଧାରଣା ପାଇଁ ନିରାଶ ହୋଇ ଫେରିବାକୁ ପଡିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details