ଓଡିଶା

odisha

By

Published : Dec 13, 2019, 6:34 PM IST

ETV Bharat / city

ଡିସେମ୍ବର 25 ସୁଦ୍ଧା ଶ୍ରୀମନ୍ଦିର ସାମ୍ନାରୁ ହଟିବ ଉଚ୍ଛେଦ

ଆସୁଛି ନୂଆବର୍ଷ । ପୁରୀରେ ଲାଗିବ ଭକ୍ତଙ୍କ ଭିଡ । ଏଥିଲାଗି ଡିସେମ୍ବର 25 ତାରିଖ ଭିତରେ ସିଂହଦ୍ବାର ସମ୍ମୁଖରୁ ସମସ୍ତ ଉଚ୍ଛେଦ ପ୍ରକ୍ରିୟା ଶେଷ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି ।

eviction
ଡିସେମ୍ବର 25 ସୁଧା ଶ୍ରୀମନ୍ଦିର ସାମ୍ନାରୁ ସରିବ ଉଚ୍ଛେଦ

ପୁରୀ: ଆସୁଛି ନୂଆବର୍ଷ । ପୁରୀରେ ଲାଗିବ ଭକ୍ତଙ୍କ ଭିଡ । ଏଥିଲାଗି ଡିସେମ୍ବର 25 ତାରିଖ ଭିତରେ ସିଂହଦ୍ବାର ସମ୍ମୁଖରୁ ସମସ୍ତ ଉଚ୍ଛେଦ ପ୍ରକ୍ରିୟା ଶେଷ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି ।

ଡିସେମ୍ବର 25 ସୁଧା ଶ୍ରୀମନ୍ଦିର ସାମ୍ନାରୁ ସରିବ ଉଚ୍ଛେଦ

ଏହାସହ ଭକ୍ତଙ୍କ ଭିଡକୁ ଲକ୍ଷ୍ୟ କରି ପ୍ରଶାସନ ପ୍ରସ୍ତୁତ ହେଉଥିବାବେଳେ କିଭଳି ଭକ୍ତମାନେ ଶୃଙ୍ଖଳାରେ ଶ୍ରୀମନ୍ଦିର ଯାଇ ପାରିବେ ସେନେଇ ଅନେକ କାମ ହାତକୁ ନେଇଛି । ଭଙ୍ଗା ଯାଇଥିବା ମଠ ଗୁଡିକର ଭଗ୍ନାବଶେଷ ସ୍ଥାନାନ୍ତର କରାଯାଉଛି ।

ପାନୀୟ ଜଳ ଠାରୁ ଆରମ୍ଭ କରି ଶୌଚାଳୟ ପର୍ଯ୍ୟନ୍ତ ସବୁ କିଛିର ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି । ସେପଟେ ସାନ ଛତା ମଠ ପରେ ରାଧା ବଲ୍ଲବ ମଠ ଭଙ୍ଗାଯିବା ନେଇ ପ୍ରସ୍ତୁତି ସରିଛି । ଏହା ସହିତ ଆହୁରି 20 ଟି ଲଜ ଓ ମଠ ଭଙ୍ଗା ଯିବା ବୋଲି ସୂଚନା ମିଳିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details