ଓଡିଶା

odisha

ETV Bharat / city

ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ପଟୁ ଚାଲିଛି ଉଚ୍ଛେଦ ପ୍ରକ୍ରିୟା - Eviction process continue in puri

ଶ୍ରୀମନ୍ଦିର ପଶ୍ଚିମ ଦ୍ବାରରେ ଥିବା ଲଜ ଗୁଡିକ ଉଚ୍ଛେଦ ଜାରି ରହିଛି । ଉଚ୍ଛେଦ ସମୟରେ ଯେପରି କୌଣସି ଅପ୍ରତିକର ପରିସ୍ଥିତି ସୃଷ୍ଟି ନହୁଏ ସେନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

puri
ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Dec 19, 2019, 4:10 PM IST

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଜୋନର 75 ମିଟର ଉଚ୍ଛେଦ ପ୍ରକ୍ରିୟା ଅବ୍ୟାହତ ରହିଛି। ଯେଉଁ ଘରୋଇ ପ୍ଲଟ ଗୁଡିକ ସରକାରଙ୍କ ଠାରୁ ଅର୍ଥ ପାଇ ସାରିଛନ୍ତି ଏହାକୁ ପ୍ରଶାସନ ନିଜ ଅଧିନକୁ ଆଣୁଛି। ଏହି କ୍ରମରେ ଗୁରୁବାର ମଧ୍ୟ ଶ୍ରୀମନ୍ଦିର ପଶ୍ଚିମ ଦ୍ବାରରେ ଥିବା ଲଜ ଗୁଡିକ ଉଚ୍ଛେଦ ଜାରିରହିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଉଚ୍ଛେଦ ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ରହିବା ପାଇଁ 8 ପ୍ଲାଟୁନ ପୋଲିସ ଓ 4 ଜଣ ମାଜିଷ୍ଟ୍ରେଟ ମୁତୟନ ରହିଛନ୍ତି। ଏବେ ପ୍ରତିଦିନ ଉଚ୍ଛେଦ ପ୍ରକ୍ରିୟା ସହ ଘରୋଇ ପ୍ଲଟ ଓ ଲଜ ଅଧିଗ୍ରହଣ ଚାଲିବ ବୋଲି ପୁରୀ ଉପଜିଲ୍ଲାପାଳ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details