ଓଡିଶା

odisha

By

Published : Sep 19, 2021, 10:58 PM IST

ETV Bharat / city

ମିଟର ଦୁର୍ନୀତିକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବିଦ୍ୟୁତ ଉପଭୋକ୍ତା

ବିଦ୍ୟୁତ କମ୍ପାନୀର ମନମାନୀ । ମିଟରରେ ଠକେଇ ସହ ଉପଭୋକ୍ତାଙ୍କୁ ଶୋଷଣ ଅଭିଯୋଗରେ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ବିଦ୍ୟୁତ ଉପଭୋକ୍ତା । ଅଧିକ ପଢନ୍ତୁ...

ମିଟର ଦୁର୍ନୀତିକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବିଦ୍ୟୁତ ଉପଭୋକ୍ତା
ମିଟର ଦୁର୍ନୀତିକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବିଦ୍ୟୁତ ଉପଭୋକ୍ତା

ପୁରୀ:ଟାଟା କମ୍ପାନୀର ମିଟର ଦୁର୍ନୀତିକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ବିଦ୍ୟୁତ ଉପଭୋକ୍ତା । ତେବେ ସହରର ଉପଭୋକ୍ତାଙ୍କ ଘରେ ଟାଟା ପାୱାର ପକ୍ଷରୁ ଲଗାଯାଇଥିବା ମିଟରରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି । ଏନେଇ ବିଦ୍ୟୁତ ଉପଭୋକ୍ତାଙ୍କୁ ଏବେ ଅତ୍ୟାଧିକ ବିଦ୍ୟୁତ ବିଲ୍ ଦେବାକୁ ବାଧ୍ୟ କରାଯାଉଥିବା ବେଳେ ସେମାନଙ୍କୁ ବେଆଇନ ଭାବେ ମିଟର ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ସହରର ଉପଭୋକ୍ତା ।

ମିଟର ଦୁର୍ନୀତିକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବିଦ୍ୟୁତ ଉପଭୋକ୍ତା

ଖାଲି ଏତିକି ନୁହଁ ଉପଭୋକ୍ତାଙ୍କ ଘରେ ପଶି କର୍ମଚାରୀମାନେ ବେଆଇନ ଭାବେ ଜୋର ଜବରଦସ୍ତ ବିଦ୍ୟୁତ ସଂଯୋଗ ମଧ୍ୟ ବିଛିନ୍ନ କରି ଦେଉଛନ୍ତି । ସେପଟେ ଉପଭୋକ୍ତାଙ୍କୁ ଶୋଷଣ ଅଭିଯୋଗ ପ୍ରତିବାଦରେ ଉପଭୋକ୍ତା ମାନଙ୍କ ତରଫରୁ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ କରିବା ସହ ଏଭଳି ବେଆଇନ କାର୍ଯ୍ୟର ପ୍ରତିବାଦ କରିଛନ୍ତି ।

ପରେ ଏହି ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆଲୋଚନା କରିଛନ୍ତି । ତେବେ ଜିଲ୍ଲାପାଳ ଟାଟା ପାୱାରର ଅଧିକାରୀଙ୍କୁ ଡକାଇ ଆଲୋଚନା କରିବା ସହ ତୁରନ୍ତ ଏକ କମିଟି ଗଠନ କରି ଉପଭୋକ୍ତାଙ୍କ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଆସନ୍ତା ବୁଧବାର ମଧ୍ୟରେ ଏହି କମିଟିର ରିପୋର୍ଟ ଆଧାରରେ ଉପଭୋକ୍ତାଙ୍କ ପାଇଁ ନୂଆ ଏସଓପି(SOP) ଜାରି କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details