ଓଡିଶା

odisha

ETV Bharat / city

Puri BJP Demand; ଜିଲ୍ଲା ସଭାପତିଙ୍କ ମୁକ୍ତି ଦାବିରେ ପ୍ରତିବାଦ - Puri bjp Youth Morcha President

ମୁଖ୍ୟମନ୍ତ୍ରୀଙ୍କ କାର୍କେଡକୁ ଅଣ୍ଡାମାଡ ଘଟଣାରେ ବିଜେପି ନେତାଙ୍କୁ ଅଟକ ରଖିଛି ପୋଲିସ । ପୋଲିସର ଅଟକକୁ ନେଇ ପୁରୀ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ଅଧିକ ପଢନ୍ତୁ

Photo
Photo

By

Published : Nov 24, 2021, 8:49 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଣ୍ଡାମାଡ ଘଟଣାରେ ବିଜେପି ନେତାଙ୍କୁ ଅଟକ ରଖିଛି ପୋଲିସ । ପୋଲିସର ଅଟକକୁ ନେଇ ପୁରୀ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି ।

ଘଟଣାକୁ ନେଇ ପୋଲିସ କର୍ମଚାରୀ ମାନେ ବିଜେପି ଯୁବ ମୋର୍ଚ୍ଚା ପୁରୀ ଜିଲ୍ଲା ସଭାପତି (Puri bjp Youth Morcha President) ଜୟନ୍ତ ଦାସଙ୍କୁ ମାଡ ମାରି ଲହୁଲୁହାଣ କରିଥିବା ଅଭିଯୋଗ କରିଛି ବିଜେପି । ଏହାକୁ ପୁରୀ ବିଜେପି ନିନ୍ଦନୀୟ କହିଥିବା ବେଳେ ଏହାର ପ୍ରତିବାଦ ରେ ବିଜେପି କର୍ମୀ ଓ ନେତା ପୁରୀ କୁମ୍ଭାରପଡା ଥାନା ଆଗରେ ଧାରଣ ଦେଇଛନ୍ତି ।

ବିଜେପି ଅଭିଯୋଗ କରିଛି ପୋଲିସ ଯେଭଳି ଶାସକ ଦଳର ନେତାଙ୍କୁ ବିଭିନ୍ନ ଅପରାଧୀକ ମାମଲାରେ ସୁରକ୍ଷା ଦେଉଛି ଏହାର ପ୍ରତିବାଦ କରୁଥିବା ବିଜେପି କର୍ମୀଙ୍କୁ ଗିରଫ କରିବା ସମ୍ପୂର୍ଣ ଅନ୍ୟାୟ । ଗଣତାନ୍ତ୍ରିକ ଶାସନରେ ପ୍ରତିବାଦ ବ୍ୟବସ୍ଥା ଥିବା ବେଳେ ପୋଲିସ ଆକ୍ରୋଶ ମନୋଭାବ ରଖି ଯେଭଳି ବିଜେପି ନେତା ଓ କର୍ମୀଙ୍କୁ ମାଡ ମାରି ଲହୁ ଲୁହାଣ କରିଛି ଦଳ ଏହାକୁ କଡା ନିନ୍ଦା କରିବା ସହ ବ୍ୟାପକ ଆନ୍ଦୋଳନର ଚେତବନୀ ଦେଇଛି ।

Puri bjp Demand; ତୁରନ୍ତ ଜିଲ୍ଲା ସଭାପତିଙ୍କତୁ ମୁକ୍ତ କର

ଦଳ ଦାବି କରିଛି ପୋଲିସ ପୁରୀ ଜିଲ୍ଲା ବିଜେପି ସଭାପତି ଜୟନ୍ତ ଦାସଙ୍କୁ ତୁରନ୍ତ ମୁକ୍ତ କରୁ । ନଚେତ ବ୍ୟାପକ ଆନ୍ଦୋଳନ ହେବ । ସେହିପରି ମାଡ ମାରିଥିବା ପୋଲିସ କର୍ମଚାରୀଙ୍କ ନିଲମ୍ବନ ଦାବି କରିଛି ଦଳ । ଦାବି ପୂରଣ ନ ହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରହିବ ବୋଲି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି ।

ଏହି ଆନ୍ଦୋଳନରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ (Puri Mla Jayanta Sarangi) , ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଓମ ପ୍ରକାଶ ମିଶ୍ର, ଆଶ୍ରିତ ପଟ୍ଟନାୟକ, ପ୍ରଭାତୀ ପରିଡା ଓ ଦଳୀୟ ନେତା କର୍ମୀ ପ୍ରମୁଖ ସାମିଲ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details