ଓଡିଶା

odisha

ETV Bharat / city

ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ ଉଦଘାଟିତ, ନିଆରା ମଜା ନେବେ ପର୍ଯ୍ୟଟକ - eco retreat program inaugurated

ପୁରୀ ଚନ୍ଦ୍ରଭାଗାରେ ଇକୋ ରିଟ୍ରିଟକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୁଦ୍ର ନିକଟରେ ପ୍ରକୃତିକୁ ଅତି ନିକଟରୁ ଉପଭୋଗ ସହ ପଞ୍ଚତାରକା ହୋଟେଲର ଅନୁଭବ ଦେବ ମେରାଇନ ଡ୍ରାଇଭରେ ନିର୍ମିତ ଅସ୍ଥାୟୀ ଟେଣ୍ଟ୍ । ପର୍ଯ୍ୟଟକଙ୍କ ରହିବା ପାଇଁ ଟେଣ୍ଟଗୁଡ଼ିକୁ କ୍ଲାସିକ୍ କଟେଜ୍, ଡିଲକ୍ସ, ପ୍ରିମିୟମ, ରୟାଲ୍ ଓ ପ୍ରେସିଡେନ୍ସିଆଲ୍ ଭିଲ୍ଲା ଆଦିରେ ଶ୍ରେଣୀଭୁକ୍ତ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

eco retreat
ମେରାଇନ ଇକୋ ରିଟ୍ରିଟ ଉଦଘାଟିତ, ନିଆରା ମଜା ନେବେ ପର୍ଯ୍ୟଟକ

By

Published : Dec 14, 2019, 7:28 PM IST

Updated : Dec 14, 2019, 9:16 PM IST

ପୁରୀ: ରାଜ୍ୟ ପର୍ଯ୍ୟଟନ ଇତିହାସରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ । ରାମଚଣ୍ଡୀ ବେଳାଭୂମିରେ ଆରମ୍ଭ ହୋଇଛି ମେଗା ଇଭେଣ୍ଟ ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍ । ଯାହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପର୍ଯ୍ୟଟନ କ୍ଷେତ୍ରକୁ ନିଆରା ଢଙ୍ଗରେ ଉପସ୍ଥାପନ କରିବା ପାଇଁ ବେଳାଭୂମିରେ ହୋଇଛି 60ଟି ବିଳାସପୂର୍ଣ୍ଣ ଟେଣ୍ଟ୍ ।

ମେରାଇନ ଇକୋ ରିଟ୍ରିଟ ଉଦଘାଟିତ, ନିଆରା ମଜା ନେବେ ପର୍ଯ୍ୟଟକ

ସମୁଦ୍ର ନିକଟରେ ପ୍ରକୃତିକୁ ଅତି ନିକଟରୁ ଉପଭୋଗ ସହ ପଞ୍ଚତାରକା ହୋଟେଲର ଅନୁଭବ ଦେବ ଏହି ଅସ୍ଥାୟୀ ଟେଣ୍ଟ୍ । ପର୍ଯ୍ୟଟକଙ୍କ ରହିବା ପାଇଁ ଟେଣ୍ଟଗୁଡ଼ିକୁ କ୍ଲାସିକ୍ କଟେଜ୍, ଡିଲକ୍ସ , ପ୍ରିମିୟମ , ରୟାଲ୍ ଓ ପ୍ରେସିଡେନ୍ସିଆଲ୍ ଭିଲ୍ଲା ଆଦିରେ ଶ୍ରେଣୀଭୁକ୍ତ କରାଯାଇଛି । ଏଠାରେ ରହିବା ପାଇଁ ରାତି ପିଛା ଜଣକୁ 9 ହଜାରରୁ 28 ହଜାର ଟଙ୍କା ଦେବାକୁ ପଡ଼ିବ । ଖାଦ୍ୟପେୟ, ବିଚ୍ ସ୍ପା, ଦୁଃସାହସିକ ଜଳକ୍ରୀଡ଼ା, ନେଚର୍ ଟ୍ରାଏଲ୍ସ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବାର ସୁଯୋଗ ପାଇପାରିବେ । ଶନିବାରଠୁ ଆରମ୍ଭ ହୋଇଥିବା ଏହି ମେଗା ଇଭେଣ୍ଟ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

ପ୍ରତ୍ୟେକ ସନ୍ଧ୍ୟାରେ ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମର ହେବ ଆୟୋଜନ । ବହୁ ନାମିଦାମୀ କଣ୍ଠଶିଳ୍ପୀ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ଇକୋ-ରିଟ୍ରିଟ୍‌କୁ ୩ ଭାଗରେ ବଣ୍ଟାଯାଇଛି । ପ୍ରଥମତଃ ଇନ୍ ହାଉସ୍ ଅଞ୍ଚଳ ଯେଉଁଠି କେବଳ ଟେଣ୍ଟ୍ ବୁକିଂ କରି ପର୍ଯ୍ୟଟକମାନେ ରହିପାରିବେ । ଅନ୍ୟଟି ହେଉଛି ବିଚ୍ ମାର୍କେଟ୍, ଏଠାରେ ହସ୍ତତନ୍ତ, ହସ୍ତଶିଳ୍ପ ସହ ବିଭିନ୍ନ ତାରକା ହୋଟେଲ୍ ସ୍ବାଦିଷ୍ଟ ଖାଦ୍ୟ ଭେଟିଦେବେ । ଏହି ପରିସରରେ ଯେ କୌଣସି ଲୋକ ପ୍ରବେଶ କରି କିଣାକିଣି କରିପାରିବେ । ତୃତୀୟଟି ହେଉଛି ସାଂସ୍କୃତିକ ମଞ୍ଚ ଅଞ୍ଚଳ, ଯେଉଁଠି ନୃତ୍ୟ ସଂଗୀତର କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ରାଜ୍ୟ ପର୍ଯ୍ୟଟନ ବିଭାଗ ପରୀକ୍ଷାମୂଳକ ଭାବେ ଆରମ୍ଭ କରିଥିବା ଏହି ମେଗା ଇଭେଣ୍ଟ ସଫଳ ହେଲେ ଅଗାମୀ ଦିନରେ ଆହୁରି ଉଚ୍ଚ କୋଟିର କରାଯିବ ବୋଲି ସରକାରଙ୍କ ଯୋଜନା ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Dec 14, 2019, 9:16 PM IST

ABOUT THE AUTHOR

...view details