ଓଡିଶା

odisha

ETV Bharat / city

କଟକଣା ଯୋଗୁଁ ଆଗେଇପାରୁନି ଶ୍ରୀମନ୍ଦିର ଐତିହ୍ୟ କରିିଡର କାର୍ଯ୍ୟ - land aquisition

ଜମି ଅଧିଗ୍ରହଣ ସମସ୍ୟା ସମେତ ଲକଡାଉନ କଟକଣା ଯୋଗୁଁ ଆଗେଇ ପାରୁନି ଐତିହ୍ୟ କରିିଡର କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

କଟକଣା ଯୋଗୁଁ ଆଗେଇ ପାରୁନି ଶ୍ରୀମନ୍ଦିର ଐତିହ୍ୟ କରିିଡର କାର୍ଯ୍ୟ
କଟକଣା ଯୋଗୁଁ ଆଗେଇ ପାରୁନି ଶ୍ରୀମନ୍ଦିର ଐତିହ୍ୟ କରିିଡର କାର୍ଯ୍ୟ

By

Published : Jun 1, 2021, 10:47 PM IST

ପୁରୀ:ଜୁନ 1 ତାରିଖରୁ ଶ୍ରୀମନ୍ଦିରର 75 ମିଟର ସୁରକ୍ଷା ଜାେନ ତଥା ଐତିହ୍ୟ କରିଡର ନେଇ କାର୍ଯ୍ୟ ଆରମ୍ଭ ହେବା ନେଇ ସମୟ ସୀମା ଧାର୍ଯ୍ୟ କରିଥିଲେ ରାଜ୍ୟ ସରକାର । କିନ୍ତୁ ଏହି ପ୍ରକ୍ରିୟା ବର୍ତ୍ତମାନ ସୁଦ୍ଧା ସମ୍ଭବ ହୋଇ ପାରିନାହିଁ । ଏବେବି ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇନଥିବାବେଳେ କାର୍ଯ୍ୟକୁ ନେଇ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ ହୋଇପାରିନାହିଁ ।

ସେପଟେ ଶ୍ରୀମନ୍ଦିର ଐତିହ୍ୟ କରିଡର କାର୍ଯ୍ୟ ଆରମ୍ଭ ହେବ, ସେନେଇ ସାଧାରଣରେ ପ୍ରଶ୍ନ ଉଠିଥିବାବେଳେ ଲକଡାଉନ କଟକଣା ଯୋଗୁଁ କାର୍ଯ୍ୟ ଆରମ୍ଭରେ ବିଳମ୍ବ ହେଉଥିବା ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । ତେବେ ଆସନ୍ତା ଜୁନ 16 ରେ ଟେଣ୍ଡର ଖୋଲିବା ପରେ ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ ହେବ । ସେହିପରି ଜମି ଅଧିଗ୍ରହଣ ପ୍ରକ୍ରିୟା 96 ପ୍ରତିଶତ ସରିଥିବାବେଳେ କେତେକ ବିସ୍ଥାପିତଙ୍କ ସହିତ ଏବେବି ପ୍ରଶାସନର ଆଲୋଚନା ଜାରି ରହିଛି ।

ଏସବୁ ପ୍ରକ୍ରିୟା ଲକଡାଉନ ଯୋଗୁଁ ବିଳମ୍ବିତ ହୋଇଛି । ଖୁବଶୀଘ୍ର ଜମି ଅଧିଗ୍ରହଣରେ ଥିବା ସମସ୍ୟାର ସମାଧାନ କରାଯାଇ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହେବ ଏବଂ ଶ୍ରୀମନ୍ଦିର ଐତିହ୍ୟ କରିଡର କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details