ପୁରୀ: ହସ୍ପିଟାଲ ଭିତରେ ନଳା ପାଣି । ଅବ୍ୟବସ୍ଥା ସୁଧୁରିବାର ନାମ ନେଉନି | ମୋ ସରକାର ଯୋଜନା ଓ 5'ଟି' ସଚିବଙ୍କ ଘନଘନ ଗସ୍ତ ପରେ ବଦଳୁନି ଜିଲ୍ଲାର ସ୍ବାସ୍ଥ୍ୟବସ୍ଥା। ଯଥା ପୂର୍ବଂ ତଥା ପରଂ ରେ ଚାଲିଛି ସମସ୍ତ କାର୍ଯ୍ୟ। ଏ ଅବସ୍ଥା ହେଉଛି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ।
ସୂଚନା ଅନୁସାରେ, ଗାନ୍ଧୀ ଜୟନ୍ତୀ ଠାରୁ 'ମୋ ସରକାର ଯୋଜନା' କାର୍ଯ୍ୟକାରୀ ସତ୍ବେ ପୁରୀ ଜିଲ୍ଲା ମୁଖ୍ୟ ଚିକିସ୍ୟାଳୟରେ ଏହାର କୌଣସି ପ୍ରଭାଵ ପଡୁନାହିଁ | ରବିବାର ସକାଳେ ପ୍ରସୂତି ଓ ଶିଶୁ ଯତ୍ନ କେନ୍ଦ୍ରର 4 ଓ 5 ନମ୍ବର ୱାର୍ଡରେ ଆଣ୍ଠୁଏ ଉଚ୍ଚାର ନଳା ପାଣି ଭାସୁଥିବା ଦେଖିବାକୁ ମିଳିଥିଲା ।