ପୁରୀ: ପଞ୍ଜାବର ଲୁଧିଆନାରେ ଥିବା ଇସ୍କନ କର୍ତ୍ତୃପକ୍ଷ ଆସନ୍ତା ନଭେମ୍ବର 27ରେ ରଥଯାତ୍ରା ଅୟୋଜନ ନେଇ ବ୍ୟବସ୍ଥା କରିଥିଲେ । ତେବେ ବିଭିନ୍ନ ମହଲରୁ ବିରୋଧ ପରେ ଇସ୍କନ କର୍ତ୍ତୃପକ୍ଷ ରଥଯାତ୍ରାରୁ ଓହରିଛନ୍ତି । ତେବେ ପରମ୍ପରା ଉଲ୍ଲଂଘନ କରି ରଥଯାତ୍ରା ଅୟୋଜନ ନ କରିବା ନେଇ ଅନୁରୋଧ କରିଛନ୍ତି ଗଜପତି ମହାରାଜ ଦିବ୍ୟ ସିଂହ ଦେବ।
ପରମ୍ପରା ଉଲ୍ଲଂଘନ କରି ରଥଯାତ୍ରା କରନ୍ତୁ ନାହିଁ: ପୁରୀ ଗଜପତି - ଇସ୍କନ କର୍ତ୍ତୃପକ୍ଷ
ଲୁଧିଆନାରେ ଥିବା ଇସ୍କନ କର୍ତ୍ତୃପକ୍ଷ ଆସନ୍ତା ନଭେମ୍ବର 27ରେ ରଥଯାତ୍ରା ଅୟୋଜନ କରିବାକୁ ନେଇ ବ୍ୟବସ୍ଥା କରିଥିଲେ। ତେବେ ବିଭିନ୍ନ ମହଲରୁ ବିରୋଧ ପରେ ଇସ୍କନ କର୍ତ୍ତୃପକ୍ଷ ରଥଯାତ୍ରାରୁ ଓହରିଛନ୍ତି। ଏହି ପ୍ରସଙ୍ଗରେ ଗଜପତି ମହାରାଜା ନିଜର ମତ ରଖିଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ
ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ
ଏକ ପ୍ରେସ ରିଲିଜରେ ସେ ଏହି ବାର୍ତ୍ତା ଦେଇଛନ୍ତି । ଶ୍ରୀଗୁଣ୍ଡିଚା ଯାତ୍ରା ସନାତନ ଶାସ୍ତ୍ର ଆଧାରିତ ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ଅନୁଷ୍ଠିତ ହୁଏ। ଏଣୁ ଏହି ପରମ୍ପରା ବିଶ୍ବର ସମସ୍ତ ଜଗନ୍ନାଥ ପ୍ରେମୀ ଓ ଭକ୍ତ ଅନୁଷ୍ଠାନ ପାଳନ କରିବାକୁ ଗଜପତି ନିବେଦନ କରିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Sep 10, 2019, 10:05 PM IST