ବ୍ରହ୍ମଗିରି:ଆଜି ହେଉଛି ପବିତ୍ର ଦୋଳ ଉତ୍ସବ । ଏନେଇ ଇତ୍ସବ ମୁଖର ଗାଁ ଠୁ ସହର । ଫଗୁ ଖେଳରେ ଝୁମିଲେ ଅଲାରନାଥ ସହିତ ପାଣ୍ଡବ ।
ପରମ୍ପରା ଅନୁଯାୟୀ ମଧ୍ୟାହ୍ନ ଧୂପ ପରେ ଅଲାରନାଥ, ମଦନମୋହନ ଏବଂ ସରସ୍ୱତୀଙ୍କୁ ବାହୁ ବିଜେ କରାଇ ବିମାନରେ ଉପବେଶନ କରାଯାଇଥାଏ । ମନ୍ଦିରରୁ ଆଜ୍ଞାମାଳ ଗଲା ପରେ ପାଣ୍ଡବ ଭିମୀଶ୍ୱର ଦେବ, ନକୁଳଦେଵ,ଅର୍ଜୁନ ଦେବ, ସହଦେଵ ଏବଂ ତ୍ରୈଲୋକନାଥ ମନ୍ଦିରରେ ପ୍ରବେଶ କରି ଅଲାରନାଥଙ୍କ ସହିତ ପାଣ୍ଡବ ମନ୍ଦିର ପରିକ୍ରମା କରିଥାନ୍ତି। ଘଣ୍ଟ ଓ ତୁରୀ ଶବ୍ଦରେ ମନ୍ଦିର କମ୍ପୁଥିବା ବେଳେ ଦୋଳକୁ ଝୁଲାଇ ହରିହର ଭେଟ କରାଯାଇଥାଏ।