ପୁରୀ: ଲୀଳାମୟ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରହିଛି ଅନେକ ସ୍ବତନ୍ତ୍ର ନୀତିକାନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନେକ ନୀତିକାନ୍ତି ପ୍ରତିଦିନ ଅନୁଷ୍ଠିତ ହେଉଛି। ତେବେ ମହାପ୍ରଭୁଙ୍କ ଅନେକ ସ୍ନାନ ନୀତି ରହିଛି। ଯାହାକି ଅନେକ ଭକ୍ତ ଜାଣିନାହାନ୍ତି। ତେବେ ଶ୍ରୀମନ୍ଦିର ମହାପ୍ରଭୁଙ୍କ 3 ଟି ପ୍ରମୁଖ ସ୍ନାନ ନୀତି ରହିଛି। ମହାପ୍ରଭୁଙ୍କ ପ୍ରତ୍ୟେକ ଦୈନିକ ସ୍ନାନନୀତିକୁ ଅବକାଶ ନୀତି କୁହାଯାଏ।
ପ୍ରତିଦିନ ମହାପ୍ରଭୁଙ୍କ ମଙ୍ଗଳ ଆଳତି ପରେ ମଇଲମ, ତଡପ ଲାଗି ପରେ ଏହି ଅବକାଶ ନୀତି ହୋଇଥାଏ। ତେବେ ଅବକାଶ ନୀତିରେ ମହାପ୍ରଭୁଙ୍କୁ ଜଳ ଦ୍ବାରା ସ୍ନାନ କରାଯାଏ ନାହିଁ। ମନ୍ତ୍ର ଉଚ୍ଚରଣରେ ଏହି ସ୍ନାନ ହୋଇଥାଏ । ମହାପ୍ରଭୁଙ୍କ ଆଗରେ ଏକ ଦର୍ପଣ ରଖାଯାଏ । ସେଠାରେ ମହାପ୍ରଭୁଙ୍କ ପ୍ରତିବିମ୍ବକୁ ସ୍ନାନ କରାଯାଏ । ତେଣୁ ଏହାକୁ ବିମ୍ବ ସ୍ନାନ କୁହାଯାଏ।
ଅନ୍ୟ ଏକ ସ୍ନାନ ନୀତି ହେଉଛି ଦେବ ସ୍ନାନ ତଥା ସ୍ନାନଯାତ୍ରା । ଜ୍ୟେଷ୍ଠ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଏହି ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥାଏ। ଦାରୁ ବ୍ରହ୍ମଙ୍କ ଏହା ଆବିର୍ଭାବ ଦିବସ ହୋଇଥିବା ହେତୁ ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ସ୍ନାନ ଜଳରେ ହୋଇଥାଏ। 108 ଗଡୁ ଜଳରେ ସ୍ବତନ୍ତ୍ର ଅଧିବାସ ହୋଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ କରାଯାଏ। ବର୍ଷକୁ ଗୋଟିଏ ଥର ଦେବସ୍ନାନ ପୂର୍ଣ୍ଣିମାରେ ଦାରୁ ବିଗ୍ରହ ପ୍ରତ୍ୟକ୍ଷ ସ୍ନାନ କରନ୍ତି।