ପୁରୀ: ଓଡିଶା ଫେରିବା ପରେ ପୁରୀ ଗସ୍ତରେ ଦୁଇ ଓଡିଆ କେନ୍ଦ୍ରମନ୍ତ୍ରୀ । ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ । ତାଙ୍କ ସହ ଦଳର ନବ ନିର୍ବାଚିତ ସାଂସଦ ଓ ବିଧାୟକ ମାନେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।
ଆଜି ସକାଳୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରେ ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ସିଧାସଳଖ ପୁରୀ ଅଭିମୁଖେ ଯାଇଥିଲେ । । ସାଥିରେ ଥିଲେ ଦଳୀୟ ସାଂସଦ, ବିଧାୟକ, ଦଳର ପ୍ରବକ୍ତା ସମ୍ବିତ ପାତ୍ର ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହ । ଜଗନ୍ନାଥଙ୍କ ଦର୍ଶନ କରିଥିଲେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ନବନିର୍ବାଚିତ ବିଧାୟକ ଓ ସାଂସଦ ।